ନୂଆଦିଲ୍ଲୀ: ଆସନ୍ତା ୧୬ରେ କେନ୍ଦ୍ର ମୋଦୀ ସରକାର ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଯାଉଛି । ତେଣୁ ଭାରତୀୟ ଜନତା ପାର୍ଟି ତାର ସମସ୍ତ ସାଂସଦଙ୍କୁ ଗୃହରେ ତିନି ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ଏପ୍ରିଲ ୧୬, ୧୭ ଓ ୧୮ ତାରିଖରେ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ହୋଇଛି । ଏହି ତିନି ଦିନରେ କୌଣସି ସଦସ୍ୟ ଛୁଟି ଅନୁମତି ଦିଆଯିବ ନାହିଁ ।
କେନ୍ଦ୍ର ସରକାର ତିନି ଦିନ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏପ୍ରିଲ ୧୬ରୁ ୧୮ ତାରିଖରେ ମହିଳା ସଂରକ୍ଷଣ ବିଧେୟକ ଉପରେ ଆଲୋଚନା ହେବ । ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ ଚର୍ଚ୍ଚା ହେବାକୁ ଯାଉଛି । ଏହା ଦ୍ୱାରା ଉଭୟ ସଂସଦ ଏବଂ ବିଧାନସଭା ଗୁଡ଼ିକରେ ଏଣିକି 33 ପ୍ରତିଶତ ମହିଳା ପ୍ରତିନିଧିତ୍ୱ କରିବେ ।