ଭିଡିଓରେ ସେ କହୁଛନ୍ତି ଯେ, ସେ ଚାହୁଁଥିଲେ ଏହି ସ୍ଥାନ ଛାଡ଼ିବା ପୂର୍ବରୁ ଶେଷ ଶବ୍ଦ ସଙ୍ଗୀତର ହେଉ, ବୋମା କିମ୍ବା ମିସାଇଲର ନୁହେଁ। କିନ୍ତୁ ମନରେ ଏତେ ଭୟ ଥିଲା ଯେ ପ୍ରତି ମୁହୂର୍ତ୍ତରେ ଲାଗୁଥିଲା କାଳେ ହଠାତ୍ କୌଣସି ବିସ୍ଫୋରଣର ଶବ୍ଦ ଏହି ନିସ୍ତବ୍ଧତାକୁ ଭାଙ୍ଗି ନଦେଉ।
ଧ୍ୱଂସାବଶେଷ ମଧ୍ୟରେ ସଙ୍ଗୀତ ଶିକ୍ଷକଙ୍କ କରୁଣ ସ୍ୱର
ଭିଡିଓରେ ସେ କହୁଛନ୍ତି ଯେ ଏହି ସ୍ଥାନଟି କେବଳ ଏକ କୋଠା ନଥିଲା, ବରଂ ଏହା ତାଙ୍କର ଏବଂ ତାଙ୍କ ସହଯୋଗୀଙ୍କ ସମ୍ପୂର୍ଣ୍ଣ ଜୀବନ ଥିଲା। ଏଠାରେ ୨୫୦ ଛାତ୍ରଛାତ୍ରୀଙ୍କ ସ୍ମୃତି ଏବଂ ୨୨ ଜଣ ଶିକ୍ଷକଙ୍କ ପରିଶ୍ରମ ଓ ଭଲପାଇବା ଜଡ଼ିତ ଥିଲା। ତାଙ୍କ କଥାରେ ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ କହୁଛନ୍ତି ଯେ, ବୋଧହୁଏ ଏହା ଏହି ସ୍କୁଲର ଶେଷ ସ୍ୱର ହୋଇପାରେ ଏବଂ ବୋଧହୁଏ ଏହା ତାଙ୍କ ନିଜର ଶେଷ ଧୁନ୍ ମଧ୍ୟ। ସେ ଏପରିକି କହିଛନ୍ତି ଯେ, ହୁଏତ ସେ ନିଜେ କାଲି ଜୀବିତ ନଥାଇ ପାରନ୍ତି... କିନ୍ତୁ ତାଙ୍କର ଏହି ସ୍ୱର ସବୁବେଳେ ମନେ ରହିବ।
ଭଙ୍ଗା କାନ୍ଥରେ ଦବିଗଲା ସେହି ସ୍ୱର
ଭିଡିଓରେ ସେ ଯେତେବେଳେ ନିଜର ବାଦ୍ୟଯନ୍ତ୍ର ‘କମାଞ୍ଚେ’ ବଜାଉଛନ୍ତି, ମନେହେଉଛି ସତେ ଯେମିତି ସମୟ ଅଟକି ଯାଇଛି। ଏହାକୁ ଶୁଣୁଥିବା ୟୁଜର୍ସଙ୍କ ଆଖି ଲୁହରେ ଭରି ଯାଉଛି। ଏମିତି ଲାଗୁଛି ଯେମିତି ଚାରିଆଡ଼େ ଏକ ପ୍ରକାରର ନୈରାଶ୍ୟ ଖେଳିଯାଇଛି ଏବଂ ପବନ ଯେମିତି ଚିତ୍କାର କରି ପୁରୁଣା ସମୟକୁ ଡାକୁଛି। ସେହି ସଙ୍ଗୀତର ସ୍ୱର ସେଠାକାର ପରିବେଶରେ ଏମିତି ମିଶି ଯାଉଛି ଯେମିତି କ୍ଷୀରରେ ପାଣି ମିଶିଯାଏ। ବୋଧହୁଏ ଏହି ସ୍ୱର ଏବେ ସେହି ସ୍କୁଲର ଭଙ୍ଗା କାନ୍ଥ ଏବଂ ଇଟା ମଧ୍ୟରେ ସବୁଦିନ ପାଇଁ ରହିଯିବ ଏବଂ ସେଠାରୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଧ୍ୱଂସର କରୁଣ କାହାଣୀ ମନେ ପକାଇଦେବ।
ୟୁଜର୍ସଙ୍କ ପ୍ରତିକ୍ରିୟା
ଏହି ଭିଡିଓକୁ hamidrezaafarideh ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।
• ଜଣେ ୟୁଜର୍ ଏଥିରେ ଲେଖିଛନ୍ତି- “ଇରାନର ଲୋକଙ୍କ ସାହସକୁ ପ୍ରଶଂସା କରିବାକୁ ପଡ଼ିବ।”
• ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି- “ଏହି ଧୁନ୍ ଶୁଣି ମୋ ଆଖିରେ ଲୁହ ଆସିଗଲା।”
• ସେହିଭଳି ଜଣେ ଲେଖିଛନ୍ତି- “କି ଆଶ୍ଚର୍ଯ୍ୟଜନକ ସ୍ୱର, ଆଜି ରାତିରେ ମୋତେ ନିଦ ହେବନି।”