ନୂଆଦିଲ୍ଲୀ : ସାରା ଦେଶରେ ଡାଉନ ହେଲା ସୋସିଆଲ ମେସେଜିଂ ଆପ୍ ହ୍ୱାଟ୍ସଆପ୍। ଶନିବାର ଦୁଇ ଦୁଇ ଥର ଡାଉନ ହୋଇଛି ଆପ୍ ହ୍ୱାଟ୍ସଆପ୍ । ଯାହା ଫଳରେ ଅନେକ ଉପଭୋକ୍ତା ସନ୍ଦେଶ ପ୍ରେରଣ କରିବାକୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ ଏହାକୁ ଡାଉନ ଡିଟେକ୍ଟରରେ ମଧ୍ୟ ଜଣାଇଥିଲେ। ଭାରତର ପ୍ରାୟ ୮୧ ପ୍ରତିଶତ ଲୋକ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅପରାହ୍ନ ୫.୩୦ ସୁଦ୍ଧା ଡାଉନଡିଟେକ୍ଟର ଡାଟା ଦର୍ଶାଉଛି ଯେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ପ୍ରାୟ ୬୦୦ ଟି ବିଭ୍ରାଟର ରିପୋର୍ଟ ପଞ୍ଜିକୃତ କରିଛି, ଯେତେବେଳେ ଅନ୍ୟ ୧୭୩ ଟି ରିପୋର୍ଟ ସନ୍ଧ୍ୟା ୭.୩୦ ସମୟରେ ପଞ୍ଜିକୃତ ହୋଇଛି, ୱେବସାଇଟ୍ ଦର୍ଶାଉଛି।
ଏହି ସମସ୍ୟା କେବଳ ସ୍ମାର୍ଟଫୋନରେ ସୀମିତ ନଥିଲା । ବରଂ ଲୋକମାନେ କମ୍ପ୍ୟୁଟର ଓ ଲାପଟପରେ ମଧ୍ୟ ଏହି ଆପ୍ ବ୍ୟବହାର କରିପାରୁନାହାନ୍ତି।
କାହିଁକି ଏଭଳି ଅଚଳାବସ୍ଥା ହୋଇଥିଲା ସେ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ। ହ୍ଵାଟ୍ସଆପ୍ ଡାଉନ୍ ହେବା ପରେ ୟୁଜର୍ସ ଏକ୍ସ ଉପରେ ପ୍ରତିକ୍ରିୟା ଦେଉଛନ୍ତି।