ନାଗପୁର: ଆମକୁ ଦୁଇରୁ ତିନି ପିଲା ଜନ୍ମ କରିବା ଜରୁରୀ। ନଚେତ୍ ମାନବତା ବିପଦରେ ପଡ଼ିଯିବ। ରବିବାର ମହାରାଷ୍ଟ୍ରରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ସରସଂଘଚାଳକ ମୋହନ ଭାଗବତ।ଜନସଂଖ୍ୟା ନୀତିକୁ ମୋହନ ଭାଗବତ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ, ଜନସଂଖ୍ୟାର ବୃଦ୍ଧିହାର ୨.୧ରୁ ତଳକୁ ଖସିବା ଉଚିତ୍ ନୁହେଁ। ଜନସଂଖ୍ୟା ବିଜ୍ଞାନର କହିବା କଥା ଯଦି ଜନ୍ମହାର ୨.୧ ରହେ ତେବେ କୌଣସି ବଡ଼ ବିପଦ ଆସିଲେ ପୃଥିବୀରୁ ମାନବତା ସମାପ୍ତ ହୋଇଯିବ। ଜନସଂଖ୍ୟା ଯଦି ଏହି ଧାରାରେ ଜାରି ରହେ ତେବେ ଧରାପୃଷ୍ଠରୁ ଅନେକ ଭାଷା ଓ ସଭ୍ୟତା ଧ୍ଵଂସ ହେବାର ଦ୍ଵାର ଦେଶରେ ପହଞ୍ଚିଯିବ।
ମୋହନ ଭାଗବତ କହିଛନ୍ତି, ଜନସଂଖ୍ୟା କମିବା ଘଟଣା ବହୁତ ଚିନ୍ତାର ବିଷୟ। ଏମିତି ସ୍ଥିତି ଜାରି ରହିଲେ ସମୟ ଆସିବ ସମାଜ ସମାପ୍ତ ହୋଇଯିବ। ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ରେ ସ୍ଥିର ହୋଇଥିଲା। ଏହି ହିସାବରେ ଜନସଂଖ୍ୟା ବୃଦ୍ଧିହାର ୨.୧ରୁ କମ ହେବା ଉଚିତ୍ ନୁହେଁ। ଆମ ପାଇଁ ଜରୁରୀ, ଦୁଇ କିମ୍ବା ତିନି ପିଲା ଜନ୍ମ କରନ୍ତୁ। ଜନସଂଖ୍ୟା ଜରୁରୀ କାରଣ ସମାଜର ଅସ୍ଥିତ୍ଵ ରହିବା ଉଚିତ୍।
ଆରଏସଏସ ଅନେକ ଥର କରି ସାରିଛି ଯେ, ଦେଶରେ ଜନସଂଖ୍ୟାର ଅସନ୍ତୁଳନ ବଢିବାରେ ଲାଗିଛି।ବିଶେଷ କରି ଦେଶରେ ହିନ୍ଦୁଙ୍କୁ ଜନସଂଖ୍ୟା ହ୍ରାସ ନେଇ ମୋହନ ଭାଗବତ ଅନେକ ଥର ଚିନ୍ତା ବ୍ୟକ୍ତ କରି ସାରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ହିନ୍ଦୁ ସଂଖ୍ୟା ବହୁଳ ରହିବା ଜରୁରୀ। କାରଣ ଏଥିରେ ହିଁ ଦେଶର ମୂଲ୍ୟବୋଧ ସୁରକ୍ଷିତ ରହି ପାରିବ।
ସୂଚନାଯୋଗ୍ୟ, ଦେଶରେ ହିନ୍ଦୁଙ୍କ ଜନସଂଖ୍ୟା ୮୦ ପ୍ରତିଶତକୁ ହ୍ରାସ ଘଟିଛି, ଯାହା ସ୍ଵାଧୀନତା ସମୟରେ ୮୮ ପ୍ରତିଶତ ରହିଥିଲା। ଅନ୍ୟପଟେ ମୁସଲିମଙ୍କ ଜନସଂଖ୍ୟା ବଢିବାରେ ଲାଗିଛି। ଏହାକୁ ନେଇ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଆରଏସଏସ ଏହାକୁ ନେଇ ଅନେକ ଥର ଚିନ୍ତା ପ୍ରକାଶ କରିବା ସହ ଜନସଂଖ୍ୟା ନୀତି ଲାଗୁ କରିବା ଉପରେ ଯୁକ୍ତି ବାଢି ଆସିଛି।