ନୂଆଦିଲ୍ଲୀ: ଭାରତୀୟ ବାୟୁସେନା(ଆଇଏଏଫ)ର ପ୍ରମୁଖ ଏୟାର ଚିଫ ମାର୍ଶାଲ ପ୍ରୀତ ସିଂ ଶୁକ୍ରବାର ବାୟୁସେନା ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରେସନ ସିନ୍ଦୂରକୁ ନେଇ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, ଭାରତ ଚାରିରୁ ପାଞ୍ଚ ଏଫ-୧୬ ପାକିସ୍ତାନୀ ଲଢୁଆ ବିମାନ ମାରି ଖସାଇଥିଲା । ଏହି ଅପରେସନ ସମୟରେ ଭାରତ ପ୍ରାୟ ୧୨ ପାକିସ୍ତାନୀ ବିମାନ ନଷ୍ଟ କରିଛି, ଯେଉଁଥିରେ ଅନେକ ଲଢୁଆ ବିମାନ ସାମିଲ୍ । ସେ ପାକିସ୍ତାନର ପରିହାସ କରି କହିଛନ୍ତି, ସେମାନଙ୍କୁ ଭାରତୀୟ ବିମାନକୁ ନେଇ ଯେଉଁ ମନୋହର କାହାଣୀ ଚଲାଉଛନ୍ତି, ତାହା ଚାଲିବାକୁ ଦିଆଯାଉ ।
ମେ ୭ରୁ ମେ ୧୦ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ସିନ୍ଦୂରର ପହଲଗାମ ହମଲାର ଜବାବରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିଲା । ଆଇଏଏଫ ମୁଖ୍ୟ କହିଛନ୍ତି, ଏହି ଅପରେସନରେ ଭାରତ ପାକିସ୍ତାନର ଅନେକ ବାୟୁସେନା ଘାଟି ଉପରେ ସଠିକ୍ ହମଲା କରିଥିଲା । ଏଥିରେ ବହାବଲପୁରର ଜୈଶ ଏ ମହମ୍ମଦର ମୁଖ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା । ବାୟୁସେନା ମୁଖ୍ୟଙ୍କ ଅନୁସାରେ ଭାରତୀୟ ହମଲାରେ ପାକିସ୍ତାନର ଅତି କମରେ ଚାରୋଟି ସ୍ଥାନରେ ରାଡାର ସିଷ୍ଟମ, ଦୁଇଟି ସ୍ଥାନରେ କମାଣ୍ଡ ଓ କଂଟ୍ରୋଲ ସେଣ୍ଟର, ଦୁଇଟି ବିମାନ ବନ୍ଦରର ରନେଓ ଏବଂ ତିନୋଟି ଅଲଗା ଅଲଗା ଠିକଣାରେ ହ୍ୟାଙ୍ଗର କ୍ଷତିଗ୍ରସ୍ତ ହୋଇଥିଲା । ଏହା ବ୍ୟତୀତ ଗୋଟିଏ ସି-୧୩୦ ଶ୍ରେଣୀର ବିମାନ ଓ ଚାରିରୁ ପାଞ୍ଚ ଲଢୁଆ ବିମାନ, ଯେଉଁଥିରେ ସମ୍ଭବତଃ ଏଫ-୧୬ ସାମିଲ, ତାହା ସବୁ ନଷ୍ଟ ହୋଇଛି ।
ଏୟାର ଚିଫ ମାର୍ଶାଲ ସିଂ କହିଛନ୍ତି, ଭୂପୃଷ୍ଠରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ମିସାଇଲ ସିଷ୍ଟମକୁ ମଧ୍ୟ ନଷ୍ଟ କରାଯାଇଥିଲା । ଏହା ସହିତ ୩୦୦ କିଲୋମିଟରରୁ ଅଧିକ ଦୂରଗାମୀ ହମଲା କରାଯାଇଥିଲା, ଯେଉଁଥିରେ ଏକ ସିଗ୍ନାଲ ଇଣ୍ଟେଲିଜେନ୍ସ ସିଷ୍ଟମ ସହିତ ପାଞ୍ଚଟି ହାଇଟେକ୍ ଲଢୁଆ ବିମାନ ନଷ୍ଟ ହୋଇଥିଲା । ଏଥିରେ ଏଫ-୧୬ କିମ୍ବା ଜେଏଫ-୧୭ ଶ୍ରେଣୀର ବିମାନ ଥାଇପାରେ ।
Also read: ମଣିପୁର ଦଙ୍ଗା କିମ୍ବା କୁମ୍ଭରେ ମୃତ୍ୟୁ ପାଇଁ ପଠା ଯାଇ ନ ଥିଲା ଆୟୋଗ, କରୁର ଦଳାଚକଟା ନେଇ ବିଜେପି ଉପରେ ବର୍ଷିଲେ ଷ୍ଟାଲିନ