ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ରାମନାଥପୁରମରେ ସଭାକୁ ସମ୍ଭୋଧିତ କରି ବିଜେପି ଉପରେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ତାମିଲନାଡୁ ତିନୋଟି ବଡ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହେଲେ । ସେହି ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନା ଆସିଲେ ନା କୌଣସି ଆର୍ଥିକ ସହାୟତା ଦେଲେ । ମାତ୍ର ଏଥର କରୁର ପହଞ୍ଚିଗଲେ । ଏବେ କରୁରରେ ତୁରନ୍ତ ଗୋଟିଏ ଟିମ୍ ପଠାଯାଉଛି । ତାମିଲନାଡୁ ପାଇଁ ଏହା କୌଣସି ବାସ୍ତବ ଚିନ୍ତା ନୁହେଁ ବରଂ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବାରୁ ଏମିତି ନାଟକବାଜି କରାଯାଉଛି ।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ବିଜେପି ଚିନ୍ତା କରୁଛି କରୁର ଦଳାଚକଟାରୁ କିଛି ରାଜନୈତିକ ଫାଇଦା ଉଠାଇ ପାରିବ । ଏହାକୁ ବ୍ୟବହାର କରି ଧମକ ଦିଆଯାଇ ପାରିବ । ବିଜେପି ଏବେ ଏମିତି ସ୍ଥିତିରେ ଯିଏ ଅନ୍ୟର ରକ୍ତ ପାନ କରି ଜୀବିତ ରହୁଛି । ସେ କହିଛନ୍ତି କେନ୍ଦ୍ରର ବିଜେପି ସରକାର ରାଜ୍ୟର ହିତକୁ ଉପେକ୍ଷା କରି ଆସିଛି । ରାଜ୍ୟର ଅଧିକାର ଛଡାଇ ନିଆଯାଉଛି । ବିଜେପିକୁ ଏଆଇଏଡିଏମକେର ସମର୍ଥନ ରହିଛି । ବିରୋଧୀ ଭାବେ ଦୃଢତାର ସହ ଛିଡା ହେବା ପରିବର୍ତ୍ତେ ଏଆଇଏଡିଏମକେ ବିଜେପି ସହିତ ଗୁଲାମର ବନ୍ଧନ ଭାବେ ସାଇନ କରି ନେଇଛି । ଏହି ଦଳ ନିଜକୁ କେବଳ ଏକ କାଠପୁତୁଳା କରି ନେଇଛି ।
ଏମକେ ଷ୍ଟାଲିନ କହିଛନ୍ତି, ଯେଉଁ ଲୋକ ଦୋଷୀ ଏବଂ ନିଜ ଦୋଷରୁ ବଞ୍ଚିବାକୁ ଚାହାନ୍ତି, ସେମାନେ ବିଜେପିକୁ ନିଜର କର୍ମର ଶୁଦ୍ଧର ସାଧନା ମାନୁଛନ୍ତି । ବିଜେପି ପଲାନିସ୍ୱାମୀଙ୍କ ବ୍ୟବହାର କରୁଛି । ତାଙ୍କୁ ବିଜେପି ରାଲିରୁ ରାଲି, ମଞ୍ଚରୁ ମଞ୍ଚ ଓ ସଡକରୁ ସଡକ ପର୍ଯ୍ୟନ୍ତ ଯାତ୍ରା କରିବାକୁ କାମ ଦେଇଛି । ଯେଉଁ ଲୋକେ ବାସ୍ତବରେ ତାମିଲନାଡୁ ଓ ତାମିଲ ଲୋକଙ୍କ ହିତର ଚିନ୍ତା କରୁଛନ୍ତି, ସେମାନେ କଦାପି ବିଜେପି ସହ ମେଣ୍ଟ କରିବେ ନାହିଁ । ଯେଉଁ କେନ୍ଦ୍ର ସରକାର ମଣିପୁର ଦଙ୍ଗା କିମ୍ବା କୁମ୍ଭ ଦଳାଚକଟା ମୃତ୍ୟୁ ପାଇଁ ଆୟୋଗ ପଠାଇଲେ ନାହିଁ ସେମାନେ କରୁର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
Also read: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ : ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ