ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଏବଂ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ହେଉଛି। ଏହାବ୍ୟତୀତ ଅନେକ ରାଜ୍ୟରେ ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ଜାରି ରହିଛି। ଝାଡ଼ଖଣ୍ଡର ୩୮ଟି ବିଧାନସଭା ଆସନ ରହିଛି। ଏହାବ୍ୟତୀତ ମହାରାଷ୍ଟ୍ରର ୨୮୮ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ନଭେମ୍ବର ୨୩ତାରିଖରେ ଫଳାଫଳ ପ୍ରକାଶ ପାଇବ।
ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏହି ଆସନଗୁଡ଼ିକରେ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଆମ୍ବେଦକର ନଗରର କତେହାରୀ, ମୈନପୁରୀର କରହାଲ, ମୁଜାଫରନଗରର ମୀରାପୁର, ଗାଜିଆବାଦ, ମିର୍ଜାପୁରର ମଝୱାନ, କାନପୁର ନଗରର ସିସାମାଉ, ଆଲିଗଡ଼ର ଖଇର, ପ୍ରୟାଗରାଜର ଫୁଲପୁର ଏବଂ ମୋରାଦାବାଦର କୁନ୍ଦରକି ଆସନରେ ଉପନିର୍ବାଚନ ହେବ। ଏହି ୯ଟି ବିଧାନସଭା ଆସନ ପାଇଁ ମୋଟ ୯୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।
ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମୋଟ ୪,୧୩୬ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୩,୨୩୯ ଥିଲା। ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୨୦୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ମହାୟୁତି ଓ ଏମଭିଏ ପ୍ରାର୍ଥୀଙ୍କ ସମେତ ୧୫୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀମାନେ ସେମାନଙ୍କ ଦଳର ଅଫିସିଆଲ୍ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ସହ ଅନେକ ମନ୍ଦିର ଉଡ଼ାଇବାକୁ ଧମକ