ନୂଆଦିଲ୍ଲୀ: ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ସମାପ୍ତ କରିବା ପାଇଁ ଦାୟର ଜନସ୍ୱାର୍ଥ ମାମଲା ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ୧୮ ଦିନ ଧରି ଅନଶନ କରୁଥିବା ୱାଙ୍ଗଚୁକଙ୍କୁ ଅର୍ଜେଣ୍ଟ ଦର୍ଶାଇ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ କରିୟାଙ୍କ ପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୁରୁବାର ସକାଳ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଓକିଲ ରାକେଶ କୁମାର ସୈନୀ କହିଛନ୍ତି, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି । ସାମାଜିକ କାର୍ଯ୍ୟକର୍ତ୍ତା ନିଜର ମୌଳିକ ଅଧିକାର ପ୍ରୟୋଗ କରି ଆମରଣ ଅନଶନ କରୁଛନ୍ତି । ଗୋଟିଏ ପ୍ରକାର ସେ ପୂରା ଦେଶ ସାମ୍ନାରେ ନିଜର ପ୍ରାଣ ତ୍ୟାଗ କରିବାକୁ ଯାଉଛନ୍ତି । ସ୍ଥିତିକୁ ଦେଖି ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନକାରୀ ଓକିଲ ଅନୁରୋଧ କରିଛନ୍ତି । ତାଙ୍କର ଚିକିତ୍ସା କରାଯାଇ ଆମରଣ ଅନଶନ ସମାପ୍ତ କରାଯାଉ ।
ଅର୍ଜେଣ୍ଟ କେସ ଦର୍ଶାଇଲେ ଅଦାଲତ
ଏହା ଉପରେ ହାଇକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ହାଜର ହୋଇ ନାହାନ୍ତି । ଆମେ ଯାଚିକାକୁ ଗ୍ରହଣ କରୁଛୁ । ମାମଲାରେ ଆସନ୍ତାକାଲି ଶୁଣାଣି ହେବ ଏବଂ କେନ୍ଦ୍ର ସରକାରଙ୍କଠୁ ଜବାବ ନିଆଯିବା ବହୁତ ଜରୁରୀ । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାର ତୁରନ୍ତ ଶୁଣାଣିର ଅତି ଆବଶ୍ୟକତା ରହିଛି ।
ଅଦାଲତ ଆଦେଶର ଏକ କପି ଅତିରିକ୍ତ ସଲିସିଟର ଜେନେରାଲ ଓ ଦିଲ୍ଲୀ ସରକାରଙ୍କ ଓକିଲକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ବାର ଆସୋସିଏସନ ପକ୍ଷରୁ କରାଯାଇଥିବା ବୟକଟ କାରଣରୁ କେନ୍ଦ୍ର ଓ ଦିଲ୍ଲୀ ସରକାର ପକ୍ଷରୁ ଅଦାଲତରେ ଆଜି କେହି ହାଜର ହୋଇ ନ ଥିଲେ ।
ବିଗିଡିବାରେ ଲାଗିଛି ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟବସ୍ଥା
ନିଟ୍ ପେପର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ ଆମରଣ ଅନଶନରେ ବସିଛନ୍ତି ବିଶିଷ୍ଟ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ । ୧୮ ଦିନର ଅନଶନ ପରେ ତାଙ୍କ ଓଜନ ୮ କିଲୋ କମି ସାରିଛି । ସାହାରା ଦେଲେ ହିଁ ସେ ବହୁତ ମୁସ୍କିଲରେ ନିତ୍ୟକର୍ମ ପାଇଁ ଯାଇ ପାରୁଛନ୍ତି ।
Also Read: ପରମାଣୁ ପରୀକ୍ଷଣ ଲୁଚାଇବା ପାଇଁ ସାହାଯ୍ୟ ଲୋଡିଲା ଆମେରିକ: ଭୂକମ୍ପବିଜ୍ଞାନୀଙ୍କୁ ବନ୍ଧକ ରଖିଲା ଚୀନ୍