ଜୟପୁର: ରାଜସ୍ଥାନର ଯୋଧପୁରରେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ଅଖିଳ ଭାରତୀୟ ସମନ୍ୱୟ ବୈଠକରେ ସଂଘ ସହିତ ଜଡିତ ୩୨ଟି ସଂଗଠନର ୩୨୦ ପ୍ରତିନିଧି ଅଂଶଗ୍ରହଣ କରିବେ।
ଏଥିରେ ବିଜେପି ବିଶ୍ୱ ହିନ୍ଦୁ ପରିଷଦ, ସ୍ୱଦେଶୀ ଜାଗରଣ ମଞ୍ଚ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସଂସ୍କାର ଭାରତ, ସେବା ଭାରତୀ, ମଜଦୁର ସଂଗଠନ ଅନ୍ତର୍ଭୁକ୍ତ। ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ ବୈଠକର ଉଦ୍ଦେଶ୍ୟ ପାରସ୍ପରିକ ସମନ୍ୱୟ ସ୍ଥାପନ କରିବା। ଏଥିରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ।
ସଂଘ ମୁଖ୍ୟ ଡକ୍ଟର ମୋହନ ଭାଗବତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ସକାଳ ନଅଟାରେ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପୂର୍ବରୁ ସଂଘର ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଆମ୍ବେକର ସ୍ପଷ୍ଟ କରିଛନ୍ତି ଯେ ବିଜେପି ଏହାର ନେତୃତ୍ୱ ଚୟନ କରିବାକୁ ସକ୍ଷମ ଏବଂ ଏଠାରେ ଏ ବିଷୟରେ କୌଣସି ଆଲୋଚନା ହେବ ନାହିଁ। ବୈଠକରେ ମହିଳା ସ୍ୱେଚ୍ଛାସେବକଙ୍କ ପାଇଁ ପୃଥକ ସମନ୍ୱୟ ଉପରେ ଆଲୋଚନା କରାଯିବ।
ସୂଚନାଯୋଗ୍ୟ, ୭୫ ବର୍ଷ ବୟସରେ ଅବସର ନେବାର କଳ୍ପନାଜଳ୍ପନାକୁ ଆରଏସଏସ ସରସଂଘଚାଳକ ମୋହନ ଭାଗବତ ଖାରଜ କରିଛନ୍ତି। 'ଆରଏସଏସର ୧୦୦ ବର୍ଷର ଯାତ୍ରା: ନୂତନ ଦିଗନ୍ତ' ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମର ତୃତୀୟ ଏବଂ ଶେଷ ଦିନରେ ପ୍ରଶ୍ନର ଉତ୍ତର ଦେଇ ଭାଗବତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେବେ ୭୫ ବର୍ଷ ବୟସରେ ଅବସର ନେବା ବିଷୟରେ କହି ନାହାଁନ୍ତି। ନା ନିଜ ପାଇଁ ନା ଅନ୍ୟ କାହା ପାଇଁ।
ଅଧିକ ପଢ଼ନ୍ତୁ: ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଶିକକ୍ଷ କିଏ