କିଭ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନେ ଗୁରୁବାର ପ୍ୟାରିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫଙ୍କୁ ଭେଟିଛନ୍ତି। ଏଥିରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଉପରେ ଆଲୋଚନା ହୋଇଥିଲା।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ଯୁଦ୍ଧବିରତି ପରେ ୨୬ ଦେଶ ୟୁକ୍ରେନରେ ସେମାନଙ୍କର ସେନା ମୁତୟନ କରିବାକୁ ପ୍ରସ୍ତୁତ। ଏହି ବୈଠକ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ମଧ୍ୟରେ ହୋଇଥିଲା। ରୁଷିଆ ବାୟୁସେନା କହିଛି ଯେ ଗତକାଲି ରାତିରେ ରୁଷିଆ ୧୧୨ ଡ୍ରୋନ୍ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏଥିମଧ୍ୟରୁ ୮୪ଟି ଡ୍ରୋନ୍ ଖସାଇ ଦିଆଯାଇଥିଲା।
ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ସେରହି ନିକିଫୋରୋଭଙ୍କ ଅନୁଯାୟୀ, ଜେଲେନ୍ସକି ଏବଂ ୱିଟକଫଙ୍କ ମଧ୍ୟରେ ଏକ ପୃଥକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯୁଦ୍ଧବିରତି ହେଲେ ୟୁକ୍ରେନ୍ ପାଇଁ ସହାୟତା ସହିତ ସାମରିକ ସମର୍ଥନ ପାଇଁ ଯୋଜନାର ରୂପରେଖା ପ୍ରସ୍ତୁତ କରିବା ପାଇଁ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ୟୁରୋପୀୟ ନେତାମାନଙ୍କର ଏକ ବୈଠକ ଡାକିଥିଲେ।
ୟୁକ୍ରେନ୍ ସମର୍ଥନରେ ମେଣ୍ଟର ନେତୃତ୍ୱ ନେଇଥିବା ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର କହିଛନ୍ତି ଯେ ୟୁକ୍ରେନ୍ରେ ଯେକୌଣସି ୟୁରୋପୀୟ ବାହିନୀର ଉପସ୍ଥିତି ପାଇଁ ଆମେରିକାର ସମର୍ଥନ ଆବଶ୍ୟକ।
ବୈଠକ ପରେ ମାକନ୍ ଜେଲେନ୍ସକିଙ୍କ ସହ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରୁଷ ସହିତ ଶାନ୍ତି ଚୁକ୍ତି ହେଲେ ୟୁକ୍ରେନ୍ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଭାବରେ ୨୬ଟି ଦେଶ ଏକ ଅନ୍ତର୍ଜାତୀୟ ବାହିନୀରେ ଯୋଗ ଦେବାକୁ ପ୍ରସ୍ତୁତ। ଜର୍ମାନୀ ୟୁକ୍ରେନ୍ ସୈନ୍ୟଙ୍କ ପାଇଁ ପାଣ୍ଠି ଏବଂ ତାଲିମ ବୃଦ୍ଧି କରିବାକୁ ରାଜି ହୋଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ୟୁରୋପୀୟ ନେତାମାନଙ୍କୁ କହିଥିଲେ ଯେ ୟୁରୋପ ରୁଷଠାରୁ ତେଲ କିଣିବା ବନ୍ଦ କରିବା ଉଚିତ, କାରଣ ଏହା ମସ୍କୋକୁ ୟୁକ୍ରେନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପାଣ୍ଠି ସଂଗ୍ରହ କରିବାରେ ସାହାଯ୍ୟ କରୁଛି। ଯେତେବେଳେ ଟ୍ରମ୍ପ ବୁଧବାର ଦିନ କହିଥିଲେ ଯେ ସେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତି ପାଇଁ ପ୍ରତିବଦ୍ଧ।
ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ତାଙ୍କ ୟୁକ୍ରେନ୍ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସକିଙ୍କ ମଧ୍ୟରେ ସିଧାସଳଖ ଆଲୋଚନାର ସମ୍ଭାବନା ଉପରେ ଅନିଶ୍ଚିତତା ରହିଛି। ଟ୍ରମ୍ପ ଏବଂ ପୁଟିନ୍ ଗତ ମାସରେ ଆଲାସ୍କାରେ ଆଲୋଚନା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଦିଗରେ କୌଣସି ଅଗ୍ରଗତି ହୋଇନାହିଁ।
ଅଧିକ ପଢ଼ନ୍ତୁ: ବିମାନ ଯାତ୍ରା ଏବଂ ତେଲ-ଗ୍ୟାସ୍ ଉତ୍ପାଦନ ମହଙ୍ଗା ହେବ