ସୁଧୁରି ଆସୁଥିବା ରିଅଲ ଇଷ୍ଟେଟ୍ ସେକ୍ଟରକୁ କରୋନା ଦ୍ୱିତ୍ୱୀୟ ଲହର ଝଟ୍‌କା
Khabar Odisha:The-second-wave-of-Covid-19-has-put-brakes-on-the-recovery-of-the-real-estate-sector

ନୁଆଦିଲ୍ଲୀ,ମେ ୩(ଖବର ଓଡିଶା); ସମଗ୍ର ଭାରତରେ କରୋନାର ଦ୍ୱିତ୍ୱୀୟ ଲହରେ ସଂକ୍ରମଣ ଦୃତଗତିରେ ବଢିବା ଜାରୀ ରହିଛି । ଏହି କାରଣରୁ ବିଭିନ୍ନ ରାଜ୍ୟ ସରକାର ଲକ୍‌ଡାଉନ ଲାଗାଇ କରୋନାର ଚେନ୍‌କୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା ବେଳେ ଏହା ରାଜ୍ୟ ଗୁଡିକର ଅର୍ଥନିତିକ ଗତିକୁ ବାଧା ଦେଉଛି । ଏହା ଦ୍ୱାରା ବିଭିନ୍ନ ସେକ୍ଟର ଗୁଡିକ ଅସୁବିଧାର ସାମ୍ନା କରୁଥିଲା ବେଳେ ରିଅଲ ଇଷ୍ଟେଟ୍ ଏମାନଙ୍କ ମଧୟରୁ ଗୋଟିଏ । 

କରୋନାର ପ୍ରଥମ ଲହର ପରେ ରିଅଲ ଇଷ୍ଟେଟ୍ ସେକ୍ଟର ଉନ୍ନତ ପ୍ରଦର୍ଶନ କରି ମୁଖ୍ୟ ଦିଗକୁ ଫେରୁଥିବା ବେଳେ କରୋନାର ଦ୍ୱିତ୍ୱୀୟ ଲହରି ଏକ ଦୁସ୍ୱପ୍ନ ହୋଇ ଆସିଛି । ଗତ ଏପ୍ରିଲରେ କିଛି ରାଜ୍ୟ ସାମାନ୍ୟ ଲକ୍‌ଡାଉନ୍ ଲାଗୁ କରିଥିଲା ବେଳେ ଏହା ପ୍ରଭାବରେ ରିଅଲ ଇଷ୍ଟେଟ୍ ସେକ୍ଟରରେ ବ୍ୟାପାର ଧିମା ପଡଛି । 

ତେବେ ବିଭିନ୍ନ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କରୋନାର ଦ୍ୱିତ୍ୱୀୟ ଲହରକୁ ନଜରେ ରଖି ଗୃହ କ୍ରେତା ମାନେ ସତର୍କ ହୋଇ ପଡି ଘର କିଣିବା ଉପରେ ଧ୍ୟାନ ଦେଉ ନଥିବା ସେମାନେ କହିଛନ୍ତି । ଏହିଭଳି ସମୟରେ ଗ୍ରାହକ ମାନେ ଅନାବଶ୍ୟକ ଖର୍ଚ୍ଚ କରିବାକୁ ପଛଘୁଞ୍ଚ ଦେଉଛନ୍ତି ଯେପରିକି ନୁଆ ଘର କିଣିବା ।

ବିଶେଷ କରି ମେଟ୍ରୋପଲିଟିଆନ ସିଟି ଯେମିତିକି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର ଆଦି ସହର ଗୁଡିକରେ ରିଅଲ ଇଷ୍ଟେଟ୍ ବ୍ୟାପାର ସମ୍ପୁର୍ଣ୍ଣ ମାନ୍ଦା ହୋଇ ପଡିଛି । ବିଶେଷ କରି ଗତ ଏପ୍ରିଲ ମାସରେ କରୋନ ସଂକ୍ରମଣର ମାମଲା ଦୃତ ଗତିରେ ବଢିଥିବା ବେଳେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ ଏପ୍ରିଲ ମାସରେ ଗଭିର ମାନ୍ଦା ଆସିଛି । 

ରିଅଲ ଇଷ୍ଟେଟ୍ ସେକ୍ଟର ବ୍ୟବସାୟୀ ମାନେ କହିଛନ୍ତି ଯଦି ବର୍ତମାନ ସ୍ଥିତିରେ ଶିଘ୍ର ସୁଧାର ନଆସେ ତେବେ ଗତବର୍ଷ ତୁଳନାରେ ବ୍ୟବସାୟ ଆହୁରି ଅଧିକ କ୍ଷତିଗ୍ରସ୍ତ ହେବ ।

  • Tags:

Subscribe

National International State Sports Entertainment