ଆଫଗାନିସ୍ତାନରେ ଭୂମିକମ୍ପ ହେବା କାରଣରୁ ୨୫୫ ଜଣଙ୍କ ମୃତ୍ୟୁ,ଅନେକ ମାଟି ତଳେ ପୋତି ହୋଇଥିବା ସୁଚନା
Khabar Odisha:The-quake-killed-at-least-255-people-and-injured-dozens-more-in-AfghanistanThe-quake-killed-at-least-255-people-and-injured-dozens-more-in-Afghanistan
ନୁଆଦିଲ୍ଲୀ , ଜୁନ୍ 22(ଖବର ଓଡ଼ିଶା):

ଆଫଗାନିସ୍ତାନରେ ଭୂମିକମ୍ପ ସୃଷ୍ଟି ହୋଇଛି । ଯେଉଁଥିପାଇଁ ୨୫୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ମଧ୍ୟ ଡ଼ାକ୍ତରୀ ଟିମ୍ ସୁଚନା ଦେଇଛନ୍ତି ।

ରିଚ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୬.୧ ଥିବା ଜଣାପଡ଼ିଛି । ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ଭୂକମ୍ପରେ ଦେଶରେ ବ୍ୟାପକ ଘର ଭୁଶୁଡି ପଡିଛି ଏବଂ କାନ୍ଥ ତଳେ ରହିଯିବା କାରଣରୁ ୨୫୫ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୂରୀ ବଢିବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରୁ ମୁକ୍ତ ପାଇଥିବା ଆଫଗାନିସ୍ତାନ ଉପରେ ଏହା ଦ୍ୱିତୀୟ ବଡ଼ ସଙ୍କଟ ହୋଇପାରେ।

ତେବେ ଘଟଣାସ୍ଥଳରେ ହେଲିକପ୍ଟର ପଠାଯାଇଛି ଏବଂ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଛି। ତେବେ ଏହି ଘଟଣା ପରେ ତାଲିବାନ୍ ସରକାର କହିଛନ୍ତି ଯେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଦଳ ପଠାଇବା ଏବଂ ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସମସ୍ତ ଏଜେନ୍ସିକୁ ନିବେଦନ କରୁଛୁ।

ପଡୋଶୀ ପାକିସ୍ଥାନର ପାଣିପାଗ ବିଭାଗ ଆକଳନ କରିଛି ଯେ ରିଚ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୬.୧ ରହିଛି। ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ଅନେକ ସହରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି।

ୟୁରୋପୀୟ ଏଜେନ୍ସି ଇଏମଏସସିକହିଛି ଯେ ଏହି କମ୍ପନଗୁଡିକ ୫୦୦ କିଲୋମିଟର ପର‌୍ୟ୍ୟନ୍ତ ଅନୁଭୂତ ହୋଇଥିଲା ।

  • Tags:

Subscribe

National International State Sports Entertainment