ଜ୍ଞାନବ୍ୟାପୀରେ ପୂଜାର୍ଚ୍ଚନା ପାଇଁ ଆସିଲା ହାଇକୋର୍ଟଙ୍କ ରାୟ । ଆହ୍ଲାବାଦ ହାଇକୋର୍ଟ ସେଲଟରରେ 'ପୂଜା' ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏନେଇ ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ମସଜିଦ କମିଟିର ଆବେଦନକୁ ଖାରଜ କରି ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲ କହିଛନ୍ତି ଯେ ଜ୍ଞାନବ୍ୟାପୀରେ ହିନ୍ଦୁମାନଙ୍କ ପ୍ରାର୍ଥନା ଜାରି ରହିବ।
କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପୂଜା କରିବା ଅଧିକାରକୁ ନେଇ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ। ହେଲେ ଖାରଜ ହୋଇଗଲା ମୁସଲିମ ପକ୍ଷଙ୍କ ଆବେଦନ । ତେବେ ଗତ ମାସରେ ବାରାଣାସୀ ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀ ମସଜିଦର ଦକ୍ଷିଣ କୋଠରୀରେ ଜଣେ ପୁରୋହିତ ପୂଜାର୍ଚ୍ଚନା କରିପାରିବେ ବୋଲି ଆଦେଶ ଦେଇଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ଆବେଦନ କରିଥିଲା। ଶେଷରେ ମସଜିଦ କମିଟି ଆବେଦନକାରୀଙ୍କ ସଂସ୍କରଣକୁ ଖଣ୍ଡନ କରିଛି।
ଅଧିକ ପଢନ୍ତୁ :୪୧ ହଜାର କୋଟିର ରେଳ ପ୍ରକଳ୍ପର ଉଦ୍ଘାଟନ କରିବେ ମୋଦି