ଡିଆରଡିଓର ବଡ ସଫଳତା, ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲରେ ପରୀକ୍ଷଣ ଶେଷ
Khabar Odisha:The-great-success-of-DRDOTesting-on-laser-guided-anti-tank-guided-missiles-from-Arjun-tank
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଉ ଏକ ବଡ଼ ସଫଳତା ପାଇଛି । ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ୍ (ଏଟିଜିଏମ୍) ସଫଳତାର ସହିତ ପରୀକ୍ଷଣ କରାଯାଇଛି ।

ଏହି ସଫଳତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଅହମ୍ମଦନଗରର କେ.କେ ରେଞ୍ଜ (ଏସିସି ଆଣ୍ଡ ଏସ୍) ରେ ଏମବିଟି ଅର୍ଜୁନରୁ ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଥିବାରୁ ଡିଆରଡିଓକୁ ଅଭିନନ୍ଦନ। ନିକଟ ଭବିଷ୍ୟତରେ ଆମଦାନୀ ନିର୍ଭରଶୀଳତା ହ୍ରାସ ଦିଗରେ କାର୍ଯ୍ୟ କରୁଥିବା ଡିଆରଡିଓ ପାଇଁ ଭାରତ ଗର୍ବିତ ।

  • Tags:

Subscribe

National International State Sports Entertainment