ଶୀତଋତୁ ପାଇଁ ବନ୍ଦ ହେଲା ଚାରିଧାମର ଦ୍ୱାର। ପ୍ରସିଦ୍ଧ ଗଙ୍ଗୋତ୍ରି-ଯମୁନୋତ୍ରୀ ଓ କେଦାରନାଥଙ୍କ ପରେ ଗତକାଲି ବଦ୍ରୀନାଥର ଧାମର କବାଟ ବନ୍ଦ କରାଯାଇଛି । ବଦ୍ରୀନାଥ ଧାମର ଦ୍ୱାର ବନ୍ଦ ପାଇଁ ପ୍ରାୟ ୧୫ କୁଇଣ୍ଟାଲ ଗେଣ୍ଡୁ ଫୁଲରେ ସୁସଜ୍ଜିତ କରାଯାଇ ପୂଜାଅର୍ଚ୍ଚନା ମଧ୍ୟ କରାଯାଇଥିଲା । ଗତକାଲି ବଦ୍ରୀନାଥ ଧାମରେ ପ୍ରଭୁଙ୍କର ଶେଷ ଦର୍ଶନ ଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ବୈଦିକ ପରମ୍ପରା, ମକ୍ରୋଚାରଣ, ମନ୍ଦିର ପରମ୍ପରା ଓ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ ୩ଟା ୩୩ରେ ଗର୍ଭଗୃହ ଓ ସିଂହଦ୍ଵାର କବାଟକୁ ବନ୍ଦ କରାଯାଇଥିଲା।
ଗତ ଏପ୍ରିଲ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ଚାରି ଧାମର ଦ୍ୱାର ଖୋଲା ଯାଇଥିଲାବେଳେ ଶୀତଋତୁ ପାଇଁ ଏବେ ୬ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି । ସମସ୍ତ ଧାମର ଦ୍ୱାର ବନ୍ଦ ହେବାପରେ ଶେଷରେ ବଦ୍ରୀନାଥ ଧାମ ହୋଇ ଚାରିଧାମ ଯାତ୍ରାରେ ବିରାମ ଲାଗିଛି । ତେବେ ଚଳିତବର୍ଷ ଚାରିଧାମ ଯାତ୍ରାରେ ୫୨ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ବୋଲି ରେକର୍ଡ କରାଯାଇଛି । ଗତକାଲି ଶେଷ ଦର୍ଶନ ଥିବାରୁ ବଦ୍ରୀନାଥ ଧାମରେ ୧୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲେ । ଏହା ପୂର୍ବରୁ ଗତ ୧୪ ତାରିଖରେ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ହୋଇଥିଲା ବେଳେ କେଦାରନାଥ ଓ ଯମୁନୋତ୍ରୀଙ୍କ କବାଟକୁ ୧୫ ତାରିଖରେ ବନ୍ଦ କରାଯାଇଥିଲା ।
ଅଧିକ ପଢନ୍ତୁ :ଆଜିଠୁ ଗଙ୍ଗୋତ୍ରୀ ଧାମର ଦ୍ୱାରା ବନ୍ଦ ହେବ