ହେଲିକପ୍ଟର କାର୍ ଚଢି ବିବାହ ପାଇଁ ଯାଇଛି ବର । ବର୍ତ୍ତମାନ ବିବାହ ଋତୁ ଚାଲିଛି ।ଏହି ସମୟରେ ଅଧିକାଂଶ ବିବାହ ବନ୍ଧନରେ ବାନ୍ଧିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଆଜିକାଲି ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି । ଏହି ବିବାହକୁ ନିଆରା କରିବା ପାଇଁ ଭିନ୍ନ ଭିନ୍ନ ଶୈଳୀ ଆପଣାଉଛନ୍ତି । କିଏ ଜେସିବିରେ କନ୍ୟାଘରକୁ ଯାଉଛି ତ କେଉଁଠି କନ୍ୟା ଘୋଡା ଗାଡିରେ ଶାଶୁଘର ଆସୁଛି।ତେବେ ଏମିତି ଏକ ବିବାହ ହୋଇଛି ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ତେବେ କନ୍ୟାକୁ ଆଣିବା ପାଇଁ ବରଯାତ୍ରୀ ଧୁମ ଧାମର ସହ କନ୍ୟା ଘରକୁ ଯାଇଥାନ୍ତି । ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରେ ଏମିତି ଏକ ବିବାହକୁ ନେଇ ଚର୍ଚ୍ଚ ଚାଲିଛି । ଏଠାରେ ଜଣେ ବର ହେଲିକପ୍ଟର କାର୍ ଚଢି ବିବାହ ପାଇଁ ଯାଇଛି ବର। ହେଲିକପ୍ଟର ଆକୃତିର କାରରେ ବର ଯାଉଛି ବରଯାତ୍ରୀ ନେଇ । କାରର ଆକୃତି ହେଲିକପ୍ଟର ପରି ହୋଇଥିବାରୁ ଏହି କାର ଦେଖୁବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।