ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି
Khabar Odisha:The-Vice-Presidential-election-will-be-held-on-August-6-and-the-announcement-will-be-made-on-July-5
ନୂଆଦିଲ୍ଲୀ, ଜୁନ ୨୯(ଖବର ଓଡିଶା):

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା ହେଲା ତାରିଖ । ଅଗଷ୍ଟ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ହେବା ନେଇ ଜୁଲାଇ ୫ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । 

ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ ବୋଲି ଜଣାପଡିଛି । ତେବେ ରାଜ୍ୟସଭାର ଚେୟାରମ୍ୟାନ୍ ଭାବେ ଉପରାଷ୍ଟ୍ରପତି କାର୍ଯ୍ୟ କରିଥାନ୍ତି । 

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାୟିଡୁ ଅଛନ୍ତି । ତେବେ ତାଙ୍କର କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି ।

  • Tags:

Subscribe

National International State Sports Entertainment