ଭାରତ ବିଶ୍ୱକପ ନଜିତିଲେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିଦେବା ଦରକାର: ମଣ୍ଟି ପାନେସର
Khabar Odisha:Sports-Monty-panesar-questions-Virat-Kohli-captaincy-said-he-will-have-to-step-down-as-captain-if-india-donnot-win-the-one-day-or-t20-world-cup

ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପାନେସର କହିଛନ୍ତି ଯେ, ଏବେ ସମୟ ଆସିଛି ବିରାଟ କୋହଲି ଟିମ ଇଣ୍ଡିଆକୁ ଦିନିକିଆ ଅଥବା ଟି-୨୦ ବିଶ୍ୱକପ ଜିତାନ୍ତୁ । ପାନେସରଙ୍କ ଅନୁସାରେ ଯଦି ଭାରତ ବିଶ୍ୱକପ ଜିତିବାରେ ବିଫଳ ହେଉଛି, ତାହେଲେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିଦେବା ଦରକାର । 

ବିରାଟ କୋହଲି ୨୦୧୭ ଜାନୁଆରୀ ଠାରୁ ଭାରତୀୟ ଟିମର ଦିନିକିଆ ଓ ଟି-୨୦ର ଅଧିନାୟକ ଅଛନ୍ତି । ସେ ଟିମ ଇଣ୍ଡିଆକୁ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ବିଜୟ ଦେଇଛନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତିପାରି ନାହାନ୍ତି । ତାଙ୍କ ନେତୃତ୍ୱରେ ଆଇସିସି ଚାମ୍ପିଅନ ଟ୍ରଫି ୨୦୧୭ର ଫାଇନାଲ ହାରିଥିଲା ଭାରତ । ତାଙ୍କର ଅଧିନାୟକତ୍ୱ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି । 

ଆଡିଲେଡ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ପରେ ବିରାଟ କୋହଲି ଭାରତ ଫେରିଆସିଥିଲେ । ବାକି ୩ଟି ଟେଷ୍ଟ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ନେଇଥିଲେ ଏବଂ ଟିମ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିରୋଧରେ ଐତିହାସିକ ଶୃଙ୍ଖଳା ଜିତାଇଥିଲେ । ରାହାଣେ କଂଗାରୁ ଦଳକୁ ବର୍ଡର ଗାଭାସ୍କର ଟ୍ରଫି ଜିତାଇବାରେ ହେଉଛନ୍ତି ୨ୟ ଭାରତୀୟ ଅଧିନାୟକ । 

ମଣ୍ଟି ପାନେସର କହିଛନ୍ତି ଯେ, ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କ ଅଧିନାୟକର ସଂଯୋଗ ବହୁତ ଭଲ । ଯଦି ଉଭୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ତା’ହେଲେ ବହୁତ ଭଲ ହେବ । ବିରାଟ କୋହଲିଙ୍କୁ ତାନଶାହ ଷ୍ଟାଇନ ନେତୃତ୍ୱ ପସନ୍ଦ । କିନ୍ତୁ ସମୟ ଆସିଯାଇଛି ଯେ, ଅନ୍ୟକୁ ମଧ୍ୟ ଦେଖନ୍ତୁ ।  

 

  • Tags:

Subscribe

National International State Sports Entertainment