ଆଜିଠୁ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଏବଂ ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ। ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି। ଏହା ଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି। ଏହା ଛଡା ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି। ଏହାଛଡା ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ବିଜେଡି ସମେତ ଏନସିପି , କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଧିବେଶନରେ ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି। ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହି ସାରିଛନ୍ତି। ଆଜି ପ୍ରଥମ ଦିନ ଅଧିବେଶନ ପୁରୁଣା ପାର୍ଲାମେଣ୍ଟ ଭବନରେ ହେବ। ପ୍ରଥମ ଦିନରେ ପାର୍ଲାମେଣ୍ଟର ୭୫ ବର୍ଷର ଯାତ୍ରା ନେଇ ହେବ ଆଲୋଚନା । ବାକି ୪ ଦିନର ଅଧିବେଶନ ନୂଆ ପାର୍ଲାମେଣ୍ଟ ଭବନରେ ହେବ। ଅଧିବେଶନରେ ୪ଟି ବିଲ ଉପସ୍ଥାପିତ କରାଯିବ।
ଅଧିକ ପଢନ୍ତୁ ; ଅପରେସନକୁ ୧୦୦ ଘଣ୍ଟା ବିତି ସାରିଥିଲେ ବି,ସରୁନି ଏନକାଉଣ୍ଟର