କୋଲକାତା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)-୨୦୨୫କୁ ଭାରତ ପାଇଁ 'ଗଗନୟାନ ବର୍ଷ' ଭାବରେ ଘୋଷଣା କରିଛି। ଇସ୍ରୋ ମୁଖ୍ୟ ଭି. ନାରାୟଣନ କହିଛନ୍ତି ଯେ ଏପର୍ଯ୍ୟନ୍ତ ୭୨୦୦ ମହାକାଶ ମିଶନ ସମାପ୍ତ ହୋଇଛି ଏବଂ ଭାରତୀୟ ମହାକାଶ ଏଜେନ୍ସି ଦ୍ୱାରା ୩ ହଜାର ଅନ୍ୟ ପରୀକ୍ଷଣ ବାକି ଅଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭି ନାରାୟଣନ କହିଛନ୍ତି, ଚଳିତ ବର୍ଷ ଆମ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ ଏବଂ ଏଥି ପାଇଁ ଆମେ ଏହାକୁ ଗଗନଯାନ ବର୍ଷ ଭାବରେ ଘୋଷଣା କରିଛୁ। ମହାକାଶକୁ ମଣିଷ ପଠାଇବା ପୂର୍ବରୁ, ଆମେ ତିନୋଟି ମାନବବିହୀନ ମିଶନ ଯୋଜନା କରିଛୁ ଏବଂ ଏହି ବର୍ଷ ପ୍ରଥମ ମାନବହୀନ ମିଶନ ଯୋଜନା କରାଯାଉଛି।
ଇସ୍ରୋ ମୁଖ୍ୟ କହିଛନ୍ତି, ଜାନୁଆରୀ ୬ ତାରିଖରେ ଆମେ ଆଦିତ୍ୟ ଏଲ୍୧ ମହାକାଶଯାନ ଦ୍ୱାରା ସଂଗୃହିତ ଗୋଟିଏ ବର୍ଷର ବୈଜ୍ଞାନିକ ତଥ୍ୟ ପ୍ରକାଶ କରିଥିଲୁ। ଆପଣମାନେ ସମସ୍ତେ ଜାଣନ୍ତି ଯେ ଆଦିତ୍ୟ ଏଲ୍୧ ନିଜସ୍ୱ ଏକ ଅନନ୍ୟ ଉପଗ୍ରହ ଏବଂ ଭାରତ ସୂର୍ଯ୍ୟ ଅଧ୍ୟୟନ ପାଇଁ ଏକ ଉପଗ୍ରହ ପ୍ରକ୍ଷେପଣ କରିଥିବା ଚାରୋଟି ଦେଶ ମଧ୍ୟରୁ ଗୋଟିଏ।
ଭି. ନାରାୟଣନ ସ୍ପେଡେକ୍ସ ମିଶନ ସମାପ୍ତ ହେବା ଉପରେ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏହି ମିଶନ ସମାପ୍ତ କରିବା ପାଇଁ ଦଶ କିଲୋଗ୍ରାମ ଇନ୍ଧନ ବ୍ୟବସ୍ଥା କରାଯାଇଥିଲା। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ୨୦୨୫ ମସିହାରେ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ସାଟେଲାଇଟ୍ ସମେତ ଅନେକ ମିଶନ୍ ଯୋଜନା କରାଯାଇଛି, ଯାହାକୁ ଭାରତର ନିଜସ୍ୱ ପ୍ରକ୍ଷେପଣ ଯାନ ଦ୍ୱାରା ଉତ୍କ୍ଷେପଣ କରାଯିବ।
ଇସ୍ରୋର ସରକାରୀ ୱେବସାଇଟ୍ ଅନୁଯାୟୀ, ସ୍ପାଡେକ୍ସ ମିଶନ୍ ମହାକାଶରେ ଡକିଂ ପ୍ରଦର୍ଶନ କରିବା ପାଇଁ ପିଏସ୍ଏଲ୍ଭି ଦ୍ୱାରା ଉତକ୍ଷେପଣ କରାଯାଇଥିବା ଦୁଇଟି ଛୋଟ ସ୍ପେସଶିପ୍ ବ୍ୟବହାର କରେ। ଭି. ନାରାୟଣନ କହିଛନ୍ତି ଯେ ଡିସେମ୍ବର ୨୦୨୫ ସୁଦ୍ଧା ଇସ୍ରୋ ଦ୍ୱାରା 'ବ୍ୟୋମିତ୍ର' ନାମକ ଏକ ରୋବୋଟ୍ ସହିତ ପ୍ରଥମ ମାନବହୀନ ମିଶନ ଉତକ୍ଷେପଣ କରାଯିବ, ଏହା ପରେ ଆଉ ଦୁଇଟି ମାନବହୀନ ମିଶନ ଆରମ୍ଭ କରାଯିବ।
ଇସ୍ରୋ ମୁଖ୍ୟ ଭି. ନାରାୟଣନ କହିଛନ୍ତି ଯେ ଇସ୍ରୋ ୨୦୨୭ ମସିହାର ପ୍ରଥମ ତ୍ରୈମାସିକ ସୁଦ୍ଧା ପ୍ରଥମ ମାନବ ମହାକାଶ ଉଡ଼ାଣର ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଯେ ଏହି ବର୍ଷ ପ୍ରାୟ ପ୍ରତି ମାସରେ ଏକ ଉତ୍କ୍ଷେପଣ ସ୍ଥିର କରାଯାଇଛି।
ଅଧିକ ପଢ଼ନ୍ତୁ: ଦିଲ୍ଳୀରେ କାଳବୈଶାଖୀ ଉପାଡ଼ିଲା ୧୦୦ରୁ ଅଧିକ ଗଛ