ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆଜିଠାରୁ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀରେ ତିନୋଟି ନୂଆ ଅପରାଧିକ ଆଇନ, ଉଚ୍ଚଶିକ୍ଷାରେ ସଂସ୍କାର ଏବଂ ଆଦିବାସୀ ଅଞ୍ଚଳର ବିକାଶ ଉପରେ ଆଲୋଚନା ହେବ।
ରାଷ୍ଟ୍ରପତି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହା ରାଜ୍ୟପାଳଙ୍କ ପ୍ରଥମ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କିଛି କେନ୍ଦ୍ରମନ୍ତ୍ରୀ, ପିଏମଓର ବରିଷ୍ଠ ଅଧିକାରୀ, କ୍ୟାବିନେଟ୍ ସଚିବ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବେ।
ରାଜ୍ୟପାଳ ସମ୍ମିଳନୀର ଏଜେଣ୍ଡାରେ ତିନୋଟି ଅପରାଧିକ ଆଇନର କାର୍ଯ୍ୟକାରିତା ରହିଛି; ଉଚ୍ଚଶିକ୍ଷାରେ ଉନ୍ନତି ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ୍ୟତା; ଆଦିବାସୀ ଅଂଚଳ, ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଏବଂ ସୀମାନ୍ତ ଅଂଚଳ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ବିକାଶ; ‘ମୋ ଭାରତ' ଏକ ଭାରତ ଶ୍ରେଷ୍ଠ ଭାରତ, ମା’ଙ୍କ ପାଇଁ ବୃକ୍ଷ ଟିଏ' ଏବଂ ପ୍ରାକୃତିକ ଚାଷ ଭଳି ଅଭିଯାନରେ ରାଜ୍ୟପାଳଙ୍କ ଭୂମିକା, ବଢୁଛି ଜନସମ୍ପର୍କ, ଏବଂ ରାଜ୍ୟର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବାରେ ରାଜ୍ୟପାଳଙ୍କ ଭୂମିକା ଉପରେ ଆଲୋଚନା ହେବ। ରାଜ୍ୟପାଳ ବିଭିନ୍ନ ପୃଥକ ଗୋଷ୍ଠୀରେ ଏଜେଣ୍ଡାର ଏହି ବିଷୟଗୁଡ଼ିକ ଉପରେ ଆଲୋଚନା କରିବେ।
ସମ୍ମିଳନୀର ଶେଷ ଅଧିବେଶନରେ ରାଜ୍ୟପାଳଗୋଷ୍ଠୀ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ଉପସ୍ଥାପନା କରିବେ।