ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ହେବ କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି, ମିଳିଲା ଅନୁମତି
Khabar Odisha:Police-gave-permission-to-Tractor-rally-in-Republic-day
ନୂଆଦିଲ୍ଲୀ, ଜାନୁଆରୀ 24 (ଖବର ଓଡିଶା) :

ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲିକୁ ମିଳିଲା ଅନୁମତି  । ଏନେଇ ସ୍ୱରାଜ ଭାରତର ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି  । ଏହି ରାଲି ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ  । ଗଣତନ୍ତ୍ର ଦିବସରେ ସଜାଗ ରହିବାକୁ ଯବାନମାନଙ୍କୁ ନିର୍ଦ୍ଦେଶ ଦେଇଛି  ପୋଲିସ   

ଚାଷୀଙ୍କୁ ତିନୋଟି ମାର୍ଗରେ ରାଲି କରିବାକୁ ଅନୁମତି ଦେଇଥିଲା ପୋଲିସ   ଆଜି ଦିଲ୍ଲୀ ପୋଲିସ ଅଧିକାରୀଙ୍କ ସହ ଚାଷୀଙ୍କ  ବୈଠକ ହୋଇଥିଲା  । ଟ୍ରାକ୍ଟର ରାଲି ପାଇଁ ଆମକୁ ପୋଲିସର ଅନୁମତି ମିଳିଛି   କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ ନା ନାହିଁ ସେନେଇ ପୋଲିସ ନିଷ୍ପତ୍ତି ନେବ ବୋଲି କହିଥିଲେ ସୁପ୍ରିମକୋର୍ଟ ।

କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ପ୍ରାୟ ଦୁଇ ମାସ ହେବ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି  ଏବେସୁଦ୍ଧା ସରକାର ଓ କୃଷକଙ୍କ ମଧ୍ୟରେ 11 ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପର୍ସ ବାହାରିପାରି ନାହିଁ । କେନ୍ଦ୍ର କୃଷି ଆଇନ ବିରୋଧରେ ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଦିଲ୍ଲୀର ରାମଲୀଲା ମଇଦାନରେ ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ଚେତାବନୀ ଦେଇଥିଲେ 

 

  • Tags:

Subscribe

National International State Sports Entertainment