ମଝି ଆକାଶରେ ଅଚେତ ହୋଇଗଲେ ପାଇଲଟ୍‌,କୌଣସି ଜ୍ଞାନ ନଥିବା ଯାତ୍ରୀ ଜଣଙ୍କ ଉଡ଼ାଇଲେ ବିମାନ
Khabar Odisha:Pilot-fails-in-the-middle-of-the-sky
ନୂଆଦିଲ୍ଲୀ , ମେ 12(ଖେବର ଓଡିଶା):

ଯଦି ବିମାନର ପାଇଲଟ୍ ଉଡ଼ାଣ ସମୟରେ ଅସୁସ୍ଥ ଅନୁଭବ କରନ୍ତି କି ଅଚେତ ହୋଇଯାଆନ୍ତି ତେବେ ଜଣେ ଯାତ୍ରୀ ଉଠି ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରିବା ଆପଣ ହଲିଉଡରୁ କିମ୍ବା ବଲିଉଡରେ ଦେଖିଥିବେ ।

କିନ୍ତୁ ବର୍ତ୍ତମାନ ଆମେରିକାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଫ୍ଲୋରିଡାରରେ ଯାଉଥିବା ବିମାନର ପାଇଲଟ୍ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯିବା କାରଣରୁ ଜଣେ ଯାତ୍ରୀ ହଠାତ୍ ଉଠି ବିମାନ ଟିକୁ ସୁରକ୍ଷିତ ଭାବେ ୭୦ ମାଇଲ୍ ଉଡ଼ାଣ କରି ଅବତରଣ କରାଇବା ଘଟଣା ଏବେ ଚର୍ଚ୍ଚାରେ, ତେବେ ସବୁଠାରୁ ବଡ଼ କଥା ହେଉଛି ଯାତ୍ରୀ ଜଣଙ୍କର କିପରି ବିମାନ ଉଡ଼ାଯାଏ ସେ ବିଷୟରେ କିଛି ବି ଜ୍ଞାନ ନଥିଲା ।

ଏୟାର ଟ୍ରାଫିକ୍ କଣ୍ଟ୍ରୋଲର (ଏଟିସି) ର ନିର୍ଦ୍ଦେଶାବଳୀ ଅନୁସରଣ କରି ଏହି ଯାତ୍ରୀ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି । ବର୍ତ୍ତମାନ ଏହି ଯାତ୍ରୀଙ୍କ ପରିଚୟକୁ ଗୁପ୍ତ ରଖାଯାଇଛି । ସୁଚନା ଅନୁସାରେ ଫ୍ଲୋରିଡାର ପାମ୍ ବିଚ୍ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ୧୪ କିଲୋମିଟର ଉତ୍ତରରେ ଏକ ୧୪ ସିଟ୍ ବିଶିଷ୍ଟ ସେସନା କାରଭାନ୍ ବିମାନ ଯାଊଥିବା ସମୟରେ ପାଇଲଟ୍ ଜଣଙ୍କ ହଠାତ୍ ଅସୁସ୍ଥ ହୋଇପଡିଥିଲେ ।

ତେବେ ଏହି ଘଟଣା ସମ୍ପର୍କରେ ସୂଚନା ବିମାନରେ ଥିବା ଜଣେ ଯାତ୍ରୀ ଏୟାର ଟ୍ରାଫିକ ନିୟନ୍ତ୍ରକଙ୍କୁ ଦେଇଥିଲେ। ଯାତ୍ରୀ ମାନେ ବିପଦରେ ଥିବା ଜଣାଇଥିଲେ ଏବଂ ପାଇଲଟ୍ ଅଚେତ ହୋଇଯାଇଥିବା କଥା କହିଥିଲେ ।

ଏହା ପରେ, ଯେତେବେଳେ ଏଟିସି ତାଙ୍କୁ ବିମାନ ଉଡ଼ାଣ ବିଷୟରେ ପଚାରିଥିଲେ ସେତେବେଳେ ତାଙ୍କୁ ବିମାନ ଉଡ଼ାଣ ବିଷୟରେ କିଛି ଜ୍ଞାନ ନଥିବା କହିଥିଲେ । କିନ୍ତୁ ଫ୍ଲୋରିଡା ଉପକୂଳ ଦେଖିପାରୁଥିବା ସେ କହିଥିଲେ ।

ଏହା ପରେ ଏୟାର ଟ୍ରାଫିକ ନିୟନ୍ତ୍ରକ ସହାୟତାରେ ଖୁବ୍ ଭଲ ଭାବରେ ବିମାନ ଟିକୁ ଅବତରଣ କରାଇଥିଲେ ଯାତ୍ରୀ ଜଣକ । ପାମ ବିଚ ବିମାନ ବନ୍ଦରରେ ବିମାନ ଅବତରଣ ପାଇଁ, ଏଟିସି ବାକି ବିମାନଗୁଡ଼ିକୁ ଆକାଶରେ ହିଁ କିଛି ସମୟ ଅଟକାଇ ଦେଇଥିଲେ ।

ତେବେ ଯାତ୍ରୀ ଜଣଙ୍କର ଏହି ସାହାସିକତା ଯୋଗୁଁ ବର୍ତ୍ତମାନ ଏକାଧିକ ଯାତ୍ରୀଙ୍କ ଜୀବନ ବଚିଂଯାଇଛି । ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

  • Tags:

Subscribe

National International State Sports Entertainment