ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ଉପରେ ଅନେକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହେଲେ ସବୁଠୁ ବଡ ଆକ୍ସନ ହେଉଛି ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରି ଦେଇଛି । ଏହାକୁ ନେଇ ପାକିସ୍ତାନରେ ଚହଳ ପଡି ଯାଇଛି । ସେଠାକାର ସରକାର ଭାରତର ଏହି ପଦକ୍ଷେପରେ ଚିହିଁକି ଉଠିଛି ।
ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରୁ କିଛି ଆଶ୍ୱସ୍ତି ପାଇବା ପାଇଁ ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହେବାକୁ ଯୋଜନା କରିଛି । ଉଲ୍ଲେଖନୀୟ ୧୯୬୫, ୧୯୭୧ ଓ ୧୯୯୯ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ବି ଚୁକ୍ତି କାଏମ ରହିଥିଲା । ମାତ୍ର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ହମଲା ପରେ ଭାରତ ଏହି ଚୁକ୍ତିକୁ ବାତିଲ କରି ଦେଇଛି ।
ପାକିସ୍ତାନର ପ୍ଲାନ କାହିଁକି ବିଫଳ ହେବ ?
ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ଆବେଦନ କରିବାକୁ ହେଲେ ପୂରା ଦେଶର ସହମତି ଦରକାର ।
ଏଥିରେ ଦେଶକୁ ନିଜର ଅଧିକାର କ୍ଷେତ୍ର ଘୋଷଣା କରିବାକୁ ପଡିବ ।
୨୦୧୯ ସେପ୍ଟେମ୍ବର ୨୭ରେ ଭାରତ ଆଇସିଜେକୁ ନିଜର କ୍ଷେତ୍ରାଧିକାର ଭାବେ ସ୍ୱୀକୃତି ଦେବାକୁ ଦାବି ଉପସ୍ଥାପନ କରିଥିଲା ।
ଦାବି ପତ୍ରରେ ଭାରତ ସେହି ୧୩ ପ୍ରସଙ୍ଗ ଉପରେ ଅବଗତ କରାଇଥିଲା, ଯେଉଁଥିରେ ଭାରତ ଉପରେ ଆଇସିଜେର ଅଧିକାର ଲାଗୁ ହେବ ନାହିଁ ।
ଆଇସିଜେର ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ସଦସ୍ୟ ଥିବା କିମ୍ବା ରହିଆସିଥିବା ଦେଶର ସରକାରଙ୍କ ସହିତ ବିବାଦ ଉପରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।
ଯଦି ପାକିସ୍ତାନ ଆଇସିଜେର ସଦସ୍ୟ, ତେବେ ସେ ଭାରତକୁ ଆଇସିଜେକୁ ନେଇପାରିବ ନାହିଁ।
ଶତ୍ରୁତା, ସଶସ୍ତ୍ର ସଂଘର୍ଷ, ଆତ୍ମରକ୍ଷା, ଜାତୀୟ ସୁରକ୍ଷା ଏବଂ ଜାତୀୟ ପ୍ରତିରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସହିତ ଜଡିତ ମାମଲାଗୁଡ଼ିକ ଉପରେ ମଧ୍ୟ ଆଇସିଜେର କ୍ଷେତ୍ରାଧିକାର ଅର୍ଥାତ ଅଧିକାର ରହିବ ନାହିଁ।
ବିଶ୍ୱବ୍ୟାଙ୍କ କାହିଁକି ସାହାଯ୍ୟ କରିପାରିବ ନାହିଁ?
ପାକିସ୍ତାନ ମଧ୍ୟ ସିନ୍ଧୁ ଚୁକ୍ତିନାମା ସମ୍ପର୍କରେ ବିଶ୍ୱ ବ୍ୟାଙ୍କରେ ଆବେଦନ କରିବାକୁ ଯୋଜନା କରୁଛି । ବିଶ୍ୱ ବ୍ୟାଙ୍କ ମଧ୍ୟ ସିନ୍ଧୁ ଜଳ ଚୁକ୍ତିନାମା ଉପରେ କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ । କେବଳ ଦୁଇ ପକ୍ଷ ମଧ୍ୟରେ ଚୁକ୍ତିନାମା କିମ୍ବା ସମାଧାନ ଜରିଆରେ ବିବାଦର ସମାଧାନ କରି ପାରିବେ ।