ଜାମ୍ମୁ କାଶ୍ମିରୀର ପେହଲଗାମଠାରେ ହୋଇଥିବା ଆତଙ୍କୀ ହାମଲାରେ ଥରି ଉଠିଥିଲା ବିଶ୍ବ । ଆତଙ୍କବାଦୀଙ୍କ ଆତଙ୍କରେ ଟଳି ପଡିଥିଲା ୨୬ଟି ନିରିହ ଜୀବନ ଏବଂ ଆହତ ହୋଇଥିଲେ ୨୦ରୁ ଅଧିକ । ତେବେ ୨୨ ଏପ୍ରିଲରେ ହୋଇଥିବା ଏହି ଆକ୍ରମଣରେ କାହାର ରହିଛି ହାତ ଏହା ଜାଣିବା ପାଇଁ ପୂରା ଦେଶ ଚାତକ ପରି ଚାହିଁ ରହିଛି । ନ୍ୟାସିନାଲ ଇଂଭେଷ୍ଟି କେସନ ଏଜେନ୍ସି ବା NIA ପ୍ରାଥମିିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ ପେହଲଗାମ ଆଟାକ ପଛରେ ରହିଛି ପାକିସ୍ତାନର ହାତ ।
ଏନଆଇର ପ୍ରାଥମିକ ରିପୋର୍ଚରେ ଅନେକ ରହସ୍ୟ ଏବଂ ଆଚର୍ଯ୍ୟଜନକ ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ ଜଣାପଡିଛି ଯେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସକର-ଏ-ତୈବ , ଆଇଏସଆଇ ଏବଂ ପାକିସ୍ତାନୀ ସେନାର ମିଳିତ ସହଯୋଗରେ ଏହି ଆକ୍ରମଣ କରାଯାଇଛି । ଆଇଏସଆଇ ନିର୍ଦେଶକ୍ରମେ ପାକିସ୍ତାନର ଲସ୍କର ମୂଖ୍ୟାଳୟରେ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତି କରାଯାଥିଲା । ତଦନ୍ତରୁ ଜଣାପଡିଛି ଯେ ଆକ୍ରମଣରେ ସାମଲି ଥିବା ଆତଙ୍କବାଦୀ ପିଓକେ ବା ପାକ୍ ଅଧିକୃତ କାଶ୍ମୀରରେ ଥିବା ହ୍ୟାଣ୍ଡଲସକରଙ୍କ ସହ ଯୋଗାଯୋଗର ରହିଥିଲେ । ଏହି ନର ରାକ୍ଷାସଙ୍କୁ ପାକିସ୍ତାନ ପକ୍ଷରୁ ମାଗଦର୍ଶିକା ଏବଂ ଟଙ୍କା ମଧ୍ୟ ମିଳୁଥିବାର ରିପୋର୍ଟ ସ୍ପଷ୍ଟ କରିଛି ।
ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ଏମାନେ ପିଓକେ ସହିତ ଜଡିତ ଥିଲା। ମୁଖ୍ୟ ଆତଙ୍କବାଦୀଙ୍କୁ ହାସିମ ମୁସା ଏବଂ ଅଲି ଓରଫ ତଲହା ଭାଇ ଭାବରେ ଚିହ୍ନଟ କରାଯାଇଛି। ଉଭୟ ଆତଙ୍କବାଦୀ ପାକିସ୍ତାନର ନାଗରିକ ଏବଂ ଲସ୍କର-ଏ-ତୈବା ସହିତ ଜଡିତ। ଉଭୟଙ୍କୁ କାଶ୍ମୀରରେ ରହୁଥିବା ଆଦିଲ ଥୋକର ସାହାଯ୍ୟ କରିଥିବା ରିପୋର୍ଟ କହିଛି ।ଏହାଛଡା ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ଓଭର ଗ୍ରାଉଣ୍ଡ ୱାରକର୍ସ । ଏମାନେ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଯିଏ ଆତଙ୍କବାଦୀ ମାନଙ୍କୁ ଲଜିଷ୍ଟିକ ସପୋର୍ଟ ଦେଇଥାନ୍ତି । ତେବେ ଜଣାପଡ଼ିଛି ଯେ ଯେଉଁ ସମୟରେ ଆକ୍ରମଣ କରାଯାଇଥିଲା ସେହି ସମୟରେ ସେଠାରେ ଅନେକ ଘୋଡା ମାଲିତ ଉପସ୍ଥିତ ଥିଲେ । ଯାହା ଫଳରେ ଆତଙ୍କବାଦୀ କେଉଁ ବାଟ ଦେଇ ପ୍ରବେଶ କରିଥିଲେ ଏହା ଜାଣିବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଅଧିକ ଘୋଡା ମାଲିକଙ୍କୁ ଜେରା କରିବା ସହ ୧୫୦ରୁ ଅଧିକ ସ୍ଥାନୀୟ ଲୋକଙ୍କ ବାୟାନ ରେକର୍ଡ କରାଯାଇଛି । ଏହି ମାମଲାରେ OGW ସଂସ୍ପର୍ଶରେ ଆସିଥିବା ସମସ୍ତ ସହଯୋଗୀ ମାନଙ୍କ ତାଲିକା ପ୍ରସ୍ଥୁତ କରାଯାଇ ସେମାନଙ୍କ ବିପକ୍ଷରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତ ପ୍ରକ୍ରିୟାରୁ ଜଣାପଡିଛି ।