ଭୁବନେଶ୍ୱର: ଗୋଧ୍ରା ଟ୍ରେନ ପୋଡି ଘଟଣା ଆଧାରିତ ସିନେମା 'ସାବରମତୀ ରିପୋର୍ଟ'କୁ ପ୍ରଧାନମନ୍ତ୍ରୀ ସୋମବାର ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନର ଲାଇବ୍ରେରୀରେ ଦେଖିବେ। ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ବିକ୍ରାନ୍ତ ମସୀ, ରିଦ୍ଧି ଡୋଗ୍ରା, ରାଶୀ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଫେବୃଆରୀ ୨୭, ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରାଠାରେ ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ୫୯ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୧୦୦୦ ଲୋକ ପ୍ରାଣ ହରାଇଥିଲେ। ସୋମବାର ପ୍ରଧାନମନ୍ତ୍ରୀଙ୍କ ସହିତ ଚଳଚ୍ଚିତ୍ରର ନିର୍ମାତା ଏକତା କପୂର ଓ ବିକ୍ରାନ୍ତ ମାସୀ ବାଲୟୋଗୀ ଅଡିଟୋରିଅମ ରେ ଏହି ସିନେମା ଦେଖିବେ।
ଅଧିକ ପଢନ୍ତୁ: ସନ୍ଦିଗ୍ଧ ଅବସ୍ଥାରେ କନ୍ନଡ ଅଭିନେତ୍ରୀଙ୍କ ମୃତ୍ୟୁ ; ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ
ଚଳଚ୍ଚିତ୍ରଟି ଗତ ମାସ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ମୁକ୍ତିଲାଭ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ସତ୍ୟକୁ ଘୋଡ଼ାଇ ରଖି ଦିଆ ଯାଇପାରେ। ମାତ୍ର ସତ୍ୟ ସମୟ ଆସିଲେ ଉନ୍ମୋଚିତ ହୁଏ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କହିଥିଲେ ସତ୍ୟ ସବୁଦିନ ଅନ୍ଧାରର କାଳିମା ଭିତରେ ଲୁଚି ରହେନି। ଏହି ସିନେମାଟି ସତ୍ୟତାକୁ ଲୋକ ଲୋଚନକୁ ଆଣିବାରେ ସଫଳ ପ୍ରୟାସ କରିଛି ବୋଲି କୁହାଯାଉଛି।