ହାଇଦ୍ରାବାଦ : କନ୍ନଡ ଅଭିନେତ୍ରୀ ଶୋଭିତା ଶିବାନ୍ନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଶୋଭିତା ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କର ହାଇଦ୍ରାବାଦ ସ୍ଥିତ ଆର୍ପାଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କର ମୃତଦେହକୁ ଦେଖୁ ଲାଗୁଛି ସେ ବୋଧ ହୁଏ ଆତ୍ମହତ୍ୟା କରିଥାଇ ପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ମାତ୍ର ୩୦ ବର୍ଷ ବୟସ ସେ ପ୍ରାଣ ତ୍ୟାଗ କରିଛନ୍ତି ।
ସେ କନ୍ନଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ଶୋଭିତା ଟେଲିଭିଜନ ସିରିଏଲ 'ବ୍ରହ୍ମଗଣ୍ଟୁ' ଓ 'ନିନିଡେଲ'ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଏହାସହ ସେ କିଛି କନ୍ନଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ନଭେମ୍ବର ୩୦ ତାରିଖରେ ହାଇଦ୍ରାବାଦ ସ୍ଥିତ ଗଚିବୋବଲିର ଶ୍ରୀରାମ ନଗର କଲୋନୀରେ ଥିବା ଆପାର୍ଟମେଣ୍ଟର ଛାତ ଉପରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି।
ଏନେଇ ପଡୋଶୀମାନେ ସୂଚନା ଦେବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ତାଙ୍କ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି। ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଖବର ଅନୁଯାୟୀ, ଶେଷ ରୀତିନୀତି ପାଇଁ ଅଭିନେତ୍ରୀଙ୍କ ମୃତଦେହ ବେଙ୍ଗାଲୁରୁକୁ ଅଣାଯାଇପାରେ। ତେବେ ଶୋଭିତାଙ୍କ ବିବାହ ଗତବର୍ଷ ହୋଇଥିଲା । ବିବାହ ପରେ ସେ ଅଭିନୟରୁ ଦୂରେଇ ଯାଇଥିଲେ।
ଅଧିକା ପଢନ୍ତୁ : ଇଡି ନଜରରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା; ଆସନ୍ତାକାଲି ପଚରାଉଚରା