ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳୁ ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ବିଜୟାଦଶମୀ ମନ୍ଦ ଏବଂ ମିଥ୍ୟା ଉପରେ ଧାର୍ମିକତା ଏବଂ ସତ୍ୟର ବିଜୟର ପ୍ରତୀକ। ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସର ସମସ୍ତଙ୍କୁ ସାହସ, ଜ୍ଞାନ ଏବଂ ଭକ୍ତିର ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ। ଦେଶବ୍ୟାପୀ ମୋ ପରିବାର ସଦସ୍ୟଙ୍କୁ ବିଜୟାଦଶମୀର ଶୁଭେଚ୍ଛା।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କୁ ବିରଳ ଖଣିଜ ପଦାର୍ଥ ଦେଖାଇବା ନେଇ ଅସିମ ମୁନିରଙ୍କୁ କୁହାଯାଉଛି ସେଲ୍ସମ୍ୟାନ୍