ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ନିଜ ଗୃହ ରାଜ୍ୟ ଗୁଜରାଟ ଗସ୍ତ କରିବେ। ସେ ଅକ୍ଟୋବର ୩୦ରେ କେଭାଡିଆରେ ୨୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କହିଛି। ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରଧାନମନ୍ତ୍ରୀ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିବେ।
ରାଷ୍ଟ୍ରୀୟ ଏକତା ଦିବସର ପୂର୍ବ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ୬.୦ ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିବେ। ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଆତ୍ମନିର୍ଭରଶୀଳ ଓ ବିକଶିତ ଭାରତର ରୋଡ୍ ମ୍ୟାପ୍। ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମ - ଆରମ୍ଭ ୬.୦ରେ ଭାରତର ୧୬ଟି ସିଭିଲ୍ ସର୍ଭିସ୍ ଏବଂ ଭୁଟାନର ୩ଟି ସିଭିଲ୍ ସର୍ଭିସ୍ ୬୫୩ ଜଣ ଅଫିସର ପ୍ରଶିକ୍ଷଣର୍ଥୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଏକତା ଦିବସ ସମାରୋହରେ ଯୋଗଦେବେ ଏବଂ ସେ ପୁଲିସ କର୍ମଚାରୀମାନଙ୍କୁ ଏକତା ଦିବସ ଶପଥ ପାଠ କରାଇବେ ଏବଂ ଏକତା ଦିବସ ପରେଡଦେଖିବେ।
ପର୍ଯ୍ୟଟନ ଅଭିଜ୍ଞତା ବୃଦ୍ଧି, ଉପଲବ୍ଧତାରେ ଉନ୍ନତି ଆଣିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀତା ପଦକ୍ଷେପକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ।
ଏକତା ଦିବସ ପରେଡ୍ରେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ପୁଲିସ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଏନ୍ସିସି ଏବଂ ଗୋଟିଏ ମାର୍ଚିଂ ବ୍ୟାଣ୍ଡ୍ ସାମିଲ ହେବେ। ଏଥିରେ ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫର ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ସାହସିକ ପ୍ରଦର୍ଶନ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ କାର୍ଯ୍ୟକ୍ରମ, ସ୍କୁଲ ପିଲାଙ୍କ ଦ୍ୱାରା ପାଇପ୍ ବ୍ୟାଣ୍ଡ୍ ସୋ, ଭାରତୀୟ ବାୟୁସେନା ଦ୍ୱାରା ସୂର୍ଯ୍ୟ କିରଣ ଫ୍ଲାଇପାଷ୍ଟ ଇତ୍ୟାଦି ରହିଛି।
ଅଧିକ ପଢ଼ନ୍ତୁ: ଅନେକ ରାଜ୍ୟରେ କମିଲା ପେଟ୍ରୋଲ, ଡିଜେଲ ଦର