ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବ ଅର୍ଥାତ ସାଧାରଣ ନିର୍ବାଚନ-୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ଦିନ ପରେ ଅର୍ଥାତ ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ମତଦାନ ହେବ। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ସହିତ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ଦେଶବାସୀ ଉତ୍ସାହିତ ଅଛନ୍ତି। ଓଡ଼ିଶାରେ ବିଧାନସଭା ପାଇଁ ମତଦାନ ଚାଲିଥିବାରୁ ଅଧିକ ଗୁରୁତ୍ୱ ରହୁଛି। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଭିନ୍ନ ପ୍ରକାରର ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ଜନସାଧାରଣଙ୍କର ଧ୍ୟାନ ଆକର୍ଷଣ କରିଛି । ସାମାଜିକ ଗଣମାଧ୍ୟମରେ ଏହା ଖୁବ୍ ଭାଇରାଲ ହେଉଛି । ଏହି ଫଟୋରେ ପ୍ରଧାନମନ୍ତ୍ରୀ ଜଣେ ବୟସ୍କ ମହିଳାଙ୍କ ଆଗରେ ନତମସ୍ତକ ହୋଇ ପାଦ ସ୍ପର୍ଶ କରୁଛନ୍ତି। ବିଜେପି ବୁଧବାର ରାତି ୧୧ଟା ୪୯ମିନିଟରେ ନିଜର ଟ୍ୱିଟର ହ୍ୟାଣ୍ଡେଲ୍ରେ ‘ସେବକ, ପୁଅ...’ କ୍ୟାପସନ୍ ସହିତ ଫଟୋ ପୋଷ୍ଟ କରିଛି।
ସାମାଜିକ ଗଣମଧ୍ୟମ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏହି ଫଟୋ କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶର ଦୃଶ୍ୟ। ନିର୍ବାଚନ ହେଉ ବା ନହେଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ ‘ନାରୀ ବନ୍ଦନ ଓ ନାରୀ ଅଭିନନ୍ଦନ’ର ଶ୍ଲୋଗାନ ଦେଇ ମହିଳା ସଶକ୍ତିକରଣ ଅଭିଯାନକୁ ସଫଳ ରୂପ ଦେବା ଦିଗରେ କାମ କରିଥାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ମାତୃଭକ୍ତ। ସେ ଜଣେ ଶକ୍ତିର ଉପାସକ। ଆପଣମାନେ ବିଭିନ୍ନ ସମୟରେ ଦେଖିଥିବେ ଯେ, ମୋଦୀ ସାମାଜିକ ଗଣମାଧ୍ୟମରେ ମା’ ଓ ମାତୃଭକ୍ତିର ଅନେକ ନିଚ୍ଛକ ଚିତ୍ର ସେୟାର କରିଥିବେ। ତାଙ୍କ କହିବା ଅନୁସାରେ ଦେଶର ୪ଟି ବଡ଼ ଜାତି ହେଲେ- ମହିଳା, ଯୁବ, ଗରିବ ଓ ଚାଷୀ। ଏଥିରେ ମହିଳାଙ୍କର ସ୍ଥାନ ପ୍ରଥମ।
୨୦୧୪ ହେଉବା ୨୦୧୯ରେ ଦେଶର ଅଧା ଅର୍ଥାତ ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ବିପୁଳ ସମର୍ଥନ ଦେଇଥିଲେ। ଗୁଜରାଟର ସରକାରୀ ମୁଖ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପ୍ରଧାନସେବକ ହେବା ପର୍ଯ୍ୟନ୍ତ ସେ ସରକାରୀ ଯୋଜନା ମାଧ୍ୟମରେ ମହିଳାଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରା କରିବାକୁ ଲାଗିଛନ୍ତି। କେନ୍ଦ୍ର ସରକାରଙ୍କ ଅଧିକାଂଶ ଯୋଜନାରେ ହିତାଧିକାରୀ ହେଉଛନ୍ତି ମହିଳା। କେନ୍ଦ୍ର ସରକାର ଏବେ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ ଅନେକ ଥର କହିସାରିଛନ୍ତି ଯେ, ଭାରତୀୟ ସଂସ୍କାର ଆମର ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଛୋଟ-ବଡ଼ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ କରିଥାନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ବରିଷ୍ଠ ମହିଳାଙ୍କୁ ଭେଟିଥିଲେ। ଏହା ତାଙ୍କର କନ୍ଧମାଳ ଜିଲ୍ଲା ଫୁଲବାଣୀ ଗସ୍ତ ବେଳର ଅନୁଭୂତି ଥିଲା । ଗତ ୧୦ ତାରିଖ ଦିନ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀ ଓ ତୁଳା ବେହେରାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ।
ଏହା ପୂର୍ବରୁ ଗତ ମାର୍ଚ୍ଚ ୮ ତାରିଖରେ ଭାରତ ମଣ୍ଡପରେ ଯେତେବେଳେ ଜବ କଣ୍ଟେଣ୍ଟ କ୍ରିଏଟର ଜାହ୍ନବୀ ସିଂହଙ୍କୁ ହେରିଟେଜ୍ ଫ୍ୟାସନ ଆଇକନ୍ ଆୱାର୍ଡ ଦିଆଗଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁ ତାଙ୍କର ଆଶୀର୍ବାଦ ନେବାକୁ ଉଦ୍ୟମ କରିଥିଲେ, ସେ ବଡ଼ ବିନମ୍ରତା ସହିତ ଅଟକାଇ ଥିଲେ।