ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୩ରୁ ୨୬ ତାରିଖ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବିଦେଶ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ବ୍ରିଟେନ ଓ ମାଳଦ୍ୱୀପ ଗସ୍ତ କରିବେ । ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଭାରତର ବାଣିଜ୍ୟ ଓ ରଣନୈତିକ ସମ୍ବନ୍ଧକୁ ମଜବୁତ କରିବା । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୩-୨୪ରେ ବ୍ରିଟେନ ପହଞ୍ଚିବେ । ଏଠାରେ ଭାରତ-ବ୍ରିଟେନ ମୁକ୍ତା ବାଣିଜ୍ୟ ରାଜିନାମା(ଏଫଟିଏ) ଉପରେ ହସ୍ତାକ୍ଷର କରିବେ । ଏହି ରାଜିନାମା ୯୯ ପ୍ରତିଶତ ଭାରତୀୟ ରପ୍ତାନୀ ଉପରେ ଟାରିଫ କମ ପଡିବ । ଏହି ରାଜିନାମାରେ ବ୍ରିଟିଶ ଉତ୍ପାଦ ଯେପରିକି ହ୍ୱିସ୍କି ଓ କାର ପାଇଁ ଭାରତୀୟ ବଜାରକୁ ପହଞ୍ଚିବା ସୁଗମ ହେବ ।
ଭାରତ ଓ ବ୍ରିଟେନ ମଧ୍ୟରେ ରାଜିନାମା ଉପରେ ଆଲୋଚନା ଗତ ତିନି ବର୍ଷ ଧରି ଚାଲିଥିଲା । ଏହାର ଉଦ୍ଦେଶ୍ୟ ବାଣିଜ୍ୟରେ ଆସୁଥିବା ବାଧାକୁ ଦୂର କରିବା ଏବଂ ଦ୍ୱିପାକ୍ଷିକ କାରବାରକୁ ପ୍ରୋତ୍ସାହନ ଦେବା । ଏହି ରାଜିନାମା କେବଳ ଆର୍ଥି ସଂପର୍କକୁ ମଜବୁତ କରିବନି ବରଂ ସୁରକ୍ଷା ଓ ରଣନୈତିକ ସହଯୋଗକୁ ମଧ୍ୟ ବଳ ଦେବ ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୨୫-୨୬ରେ ମାଳଦ୍ୱୀପ ଗସ୍ତରେ ଯିବେ । ଏଠାରେ ୬୦ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଯାତ୍ରା ଅନେକ ଦୃଷ୍ଟିରୁ ବେଶ ମହତ୍ୱ ବହନ କରୁଛି । ଉଲ୍ଲେଖୀୟ ରାଷ୍ଟ୍ରପତି ମହମ୍ମଦ ମୁଜ୍ଜୁଙ୍କ କାର୍ଯ୍ୟକାଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ମାଳଦ୍ୱୀପ ଗସ୍ତ ହେବ ।
ନିକଟ ବର୍ଷରେ ଭାରତ-ମାଳଦ୍ୱୀପ ସଂପର୍କରେ ତିକ୍ତତା ଦେଖା ଦେଇଥିଲା । ଇଣ୍ଡିଆ ଆଉଟ୍ ଅଭିଯାନ ଓ ବର୍ତ୍ତମାନ ସରକାରଙ୍କ ଚୀନ ସମର୍ଥନ ନୀତି କାରଣରୁ ଦୁଇ ଦେଶର ସଂପର୍କରେ କିଛି ସମୟ ପାଇଁ ଉତ୍ତେଜନା ଆସିଥିଲା । ତେବେ ଧିରେ ଧିରେ ସ୍ଥିତିରେ ସୁଧାର ଆସିଥିଲା । ପ୍ରଧାନମନ୍ତ୍ରୀ ଶେଷ ଥର ୨୦୨୯ ଜୁଲାଇରେ ମାଳଦ୍ୱୀପ ଯାତ୍ରା କରିଥିଲେ ।