ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କଶ୍ମୀରର ସୋନମର୍ଗ ଗସ୍ତ କରିବେ। ଏଠାରେ ସେ ଜେଡ୍-ମୋର୍ହ ଟନେଲର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ମିନିଟରେ ସୋନମର୍ଗ ଟନେଲ ପରିଦର୍ଶନ କରିବେ। ଏହାପରେ ସେ ଜେଡ୍-ମୋର୍ହ ଟନେଲର ଉଦଘାଟନ କରିବେ। ଖାଲି ସେତିକି ନୁହେଁ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ସୁଡ଼ଙ୍ଗ ଉଦଘାଟନ ପାଇଁ ସୋନମର୍ଗ ଗସ୍ତକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, "ସୁଡ଼ଙ୍ଗ ଉଦଘାଟନ ପାଇଁ ଜମ୍ମୁ-କଶ୍ମୀରର ସୋନମର୍ଗ ଗସ୍ତକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି।
ପାଖାପାଖି ୧୨ କିଲୋମିଟର ଦୀର୍ଘ ସୋନମର୍ଗ ଟନେଲ ପ୍ରକଳ୍ପ ୨୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସମୁଦ୍ର ପତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ଏହି ସୁଡ଼ଙ୍ଗ ଅବସ୍ଥିତ। ଏହା ଲେହ ଯିବା ବାଟରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସର୍ବକାଳୀନ ଯୋଗାଯୋଗକୁ ବୃଦ୍ଧି କରିବ। ଭୂସ୍ଖଳନ ଏବଂ ହିମସ୍ଖଳନ ମାର୍ଗକୁ ବାଦ୍ ଦେଇ ଗୁରୁତ୍ୱପୂର୍ଣ୍ଣ ଲଦାଖ ଅଞ୍ଚଳକୁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବ। ଏହାବ୍ୟତୀତ ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସୋନମର୍ଗକୁ ବର୍ଷସାରା ଗନ୍ତବ୍ୟସ୍ଥଳରେ ପରିଣତ କରିବ।
୨୦୨୮ ସୁଦ୍ଧା ଜୋଜିଲା ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାରୁ ଏହି ରାସ୍ତାର ଦୈର୍ଘ୍ୟ ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ ପାଇବ। ଏହାଦ୍ଵାରା ଯାନବାହନର ବେଗ ଘଣ୍ଟା ପ୍ରତି ୩୦ କିଲୋମିଟରରୁ ୭୦ କିଲୋମିଟରକୁ ବୃଦ୍ଧି ପାଇବ, ଯାହା ଶ୍ରୀନଗର ଉପତ୍ୟକା ଏବଂ ଲଦାଖ ମଧ୍ୟରେ ଜାତୀୟ ରାଜପଥ -୧ ସଂଯୋଗକୁ ସୁନିଶ୍ଚିତ କରିବ। ଏହି ବର୍ଦ୍ଧିତ ଯୋଗାଯୋଗ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ପ୍ରୋତ୍ସାହିତ କରିବ। ଏହା ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଅର୍ଥନୈତିକ ବିକାଶ ଏବଂ ସାମାଜିକ-ସାଂସ୍କୃତିକ ଏକୀକରଣକୁ ପ୍ରୋତ୍ସାହିତ କରିବ।
ଅଧିକ ପଢ଼ନ୍ତୁ: ସଂଗମସ୍ଥଳରେ ସନାତନଙ୍କ ସବୁଠାରୁ ବଡ଼ ସମାଗମ