ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କୁ ଭେଟିଛନ୍ତି । ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପିଏମ ମୋଦୀଙ୍କ ଏହି ମିଟିଂର ମହତ୍ୱ ରହିଛି । ସୋମବାର ହୋଇଥିବା ଏହି ବୈଠକରେ ସେ ସାଂସଦଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରମୁଖତାର ସହ ଉଠାନ୍ତୁ ଏବଂ ଏହା ଉପରେ ଅଟଳ ରୁହନ୍ତୁ ।
ପିଏମ ମୋଦୀ ସାଂସଦଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଏବେଠୁ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ । କେମିତି ରାଜ୍ୟର ଆଇନ ଶୃଙ୍ଖଳା ରହିଛି ତାହା ଜନତାଙ୍କ ନିକଟକୁ ପହଞ୍ଚାନ୍ତୁ । ସାଂସଦ ଖଗେନ ମୁର୍ମୁଙ୍କ ଉପରେ ହମଲା ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି । ଟିଏମସିର ଏମିତି ହିଂସାକୁ ଜନତାଙ୍କ ନିକଟରେ ପହଞ୍ଚାନ୍ୁତ । ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ବିଜେପିର ୧୨ ସାଂସଦ ଏବଂ ୨ ରାଜ୍ୟସଭା ସାଂସଦ ଅଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଜନତାଙ୍କ ନିକଟରେ ନିଜର ପ୍ରସଙ୍ଗ ପହଞ୍ଚାଇ ପାରିଲ ତେବେ ରାଜ୍ୟରେ ବିଜେପିକୁ ଫାଇଦା ମିଳିବ । ଏହା ବ୍ୟତୀତ ସାଂସଦଙ୍କୁ ପିଏମ ମୋଦୀ କହିଛନ୍ତି ଯେ, ସେମାନେ ଏକ ବିସ୍ତୃତ ପ୍ରେଜେନଟେସନ ଦିଅନ୍ତୁ । ଏଥିରେ ଜଣାନ୍ତୁ ଯେ, ସେମାନେ ତୃଣମୂଳସ୍ତରରେ କଣ କଣ କାମ କରୁଛନ୍ତି ଏବଂ ଉଦ୍ୟମ କରୁଛନ୍ତି । ସେମାନେ ଜଣାନ୍ତୁ ଯେ, କଣ କଲେ ବିଧାନସଭା ନିର୍ବାଚନରେ ପାର୍ଟିକୁ ଫାଇଦା ମିଳିବ । ଏହି ବୈଠକ ସେହି ସମୟରେ ହୋଇଛି ଯେତେବେଳେ ରାଜ୍ୟରେ ନିର୍ବାଚନ ଆୟୋଗ ପକ୍ଷରୁ ଚଲା ଯାଉଥିବା ଏସଆଇଆରକୁ ଟିଏମସି ବିରୋଧ କରୁଛି ।