ଭାରତରେ ହୋଇପାରେ ଅଲିମ୍ପିକ୍ସ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଏହି କଥା ପ୍ରସ୍ତାବ ଦେଇଛନ୍ତି । ଯାହା ସାରା ଭାରତୀୟମାନଙ୍କ ପାଇଁ ଏକ ଖୁସିର ଖବର । ସୂଚନା ଅନୁସାରେ, ମୁମ୍ବାଇରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ସବୁ ଦେଶର ମନ୍ତ୍ରୀମାନଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ । ଯୋଗଦେଇ ଆୟୋଜିତ ସଭାରେ ନିଜ ମତ ରଖି କହିଛନ୍ତି ଯେ, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ । ଆଉ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରସ୍ତାବକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସମର୍ଥନ କରିବ ବୋଲି ମଧ୍ୟ ସୂଚନା ମିଳୁଛି ।
୨୦୩୬ ଅଲିମ୍ପିକ୍ସ ପୂର୍ବରୁ ୨୦୨୯ ୟୁଥ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବାକୁ ଭାରତୀୟମାନେ ବହୁତ ଆଗ୍ରହୀ ଓ ଇଛୁକ ଅଛନ୍ତି । ଆହୁରି ମଧ୍ୟ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିଛି । ଭାରତରେ ଜି-୨୦ ସମ୍ମିଳନୀ ସାରିବା ପରଠାରୁ ଭାରତର ପ୍ରଶଂସା ସାରା ବିଶ୍ଵ କରୁଛି । ଭାରତର ଐତିହ ଓ ପରମ୍ପରା ଏବେ ବିଶ୍ଵ ବିଖ୍ୟାତ । ତା ପରେ ଏସୀୟ କ୍ରୀଡ଼ାରେ ଭାରତର ବିଜୟ ପୁଣି ଥରେ ବିଶ୍ଵବାସୀଙ୍କର ନଜର ଭାରତ ଆଡକୁ ଟାଣି ଆଣିଛି ।
ଆଗକୁ ପଢ଼ନ୍ତୁ : ୨୦୨୮ ଲସ୍ ଆଞ୍ଜେଲସ୍ ଗେମ୍ସ ପାଇଁ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ