ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଷ୍ଟ୍ରିଆ ଗସ୍ତ ଶେଷ କରି ଭାରତ ଅଭିମୁଖେ ଫେରିଛନ୍ତି। ନିଜର ଗସ୍ତ ସମୟରେ ଭିଏନାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ମୂଳ ନିବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ବିଶ୍ବକୁ ଭାରତ ଯୁଦ୍ଧ ନୁହେଁ, ବୁଦ୍ଧ (ଗୌତମ ବୁଦ୍ଧ) ଦେଇଛି। ଭାରତକୁ ବିଶ୍ବର ବନ୍ଧୁତ୍ବ ଭାବେ ଦେଖାଯାଉଛି। ଭାରତ ସବୁବେଳେ ଶାନ୍ତି ଓ ଖୁସି ଦେଇଛି। ସବୁବେଳେ ଶାନ୍ତିପକ୍ଷରେ ରହୁଛି। ନିଜର ଭୂମିକା ଆହୁରି ଶକ୍ତିଶାଳୀ କରିବ। ଭାରତରେ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଭାରତ ସବୁବେଳେ ୧୦୦୦ ବର୍ଷର ଭବିଷ୍ୟତ ନେଇ ଚିନ୍ତା କରୁଛି। ୧୯୪୭ ଭାରତ ସ୍ବାଧୀନ ହେଲା ଏବଂ ୨୦୪୭ରେ ଦେଶ ଶତାଦ୍ଦୀ ବର୍ଷ ପାଳନ କରିବ। କିନ୍ତୁ ୨୦୨୪୭ରେ ଭାରତ ବିକଶିତ ହୋଇସାରିଥିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଷ୍ଟ୍ରିଆରେ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଆସିଛନ୍ତି। ଉଭୟ ଦେଶ ବହୁଭାଷୀ ଓ ବହୁସଂସ୍କୃତିରେ ପରିପୂଣ୍ଣ। ଗଣତନ୍ତ୍ର ଭାରତ ଓ ଅଷ୍ଟ୍ରିଆକୁ ଯୋଡ଼ିଥାଏ। ଉଭୟ ଦେଶରେ ଭିନ୍ନତା ମଧ୍ୟରେ ଏକତାକୁ ଶକ୍ତିଶାଳୀ କରିବା। ଭାରତରେ ଆମେ ନିକଟରେ ଗଣତନ୍ତ୍ରର ପର୍ବ ପାଳନ କରିଥିଲୁ। ଭାରତରେ ବିଶ୍ବର ସର୍ବବୃହତ ନିର୍ବାଚନ ଶେଷ ହୋଇଛି। ଏତେ ବଡ଼ ନିର୍ବାଚନର ଫଳାଫଳ କିଛି ଘଣ୍ଟା ମଧ୍ୟରେ ଆସିଯାଇଥିଲା।
ଭିଏନାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୬୦ ବର୍ଷ ପରେ ସରକାରକୁ କ୍ରମାଗତ ଭାବେ ୩ୟ ଥର ସେବା କରିବାର ସୁଯୋଗ ମିଳିଛି। ଆମେ ବିଶ୍ବରେ କୋଭିଡ ସଂକ୍ରମଣ ପରବର୍ତ୍ତୀ ରାଜନୀତିରେ ଅସ୍ଥିରତା ଦେଖିଛେ। ଅଧିକାଂଶ ଦେଶରେ ସରକାର ପରିବର୍ତ୍ତନ ହୋଇଛି। ଅଧିକାଂଶ ଦେଶରେ କୋଭିଡ ସମୟରେ ପରିଚାଳିତ ସରକାର ପରବର୍ତ୍ତୀ ସମୟରେ ବଦଳି ଯାଇଛି। କିନ୍ତୁ ଏହି ଭଳି ସ୍ଥିତିରେ ଭାରତରେ ବିଜେପି ଓ ଏନ୍ଡିଏ ସରକାର ଉପରେ ଲୋକେ ପୁଣି ଥରେ ଭରସା କରିଛନ୍ତି। ଏହି ଫଳାଫଳ ହେଉଛି ଏହାର ପ୍ରମାଣ ଯେ, ଭାରତ ସ୍ଥିତର ଚାହୁଁଛି।