ଖୁବ୍ ଶୀଘ୍ର ବନ୍ଦ ହେବ ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ୍‌, RBI କରୁଛି ବଡ ଯୋଜନା
Khabar Odisha:Old-5-10-and-100-rupee-notes-will-be-closed-soon-RBI-making-big-plans

ନୂଆଦିଲ୍ଲୀ, ଜାନୁଆରୀ ୨୩ (ଖବର ଓଡ଼ିଶା): ଦେଶରେ ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହେବାକୁ ଯାଉଛି । ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଏହି ନିୟମ ପୁରା ଦେଶରେ ଲାଗୁ ହେବାକୁ ଯାଉଛି । ଏଥି ପାଇଁ ଏବେ ଠାରୁ ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତମାନ ଠାରୁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛି । 

ଦେଶରେ ଏହି ନୋଟ୍ ଗୁଡିକୁ ଆରବିଆଇ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିବା ପାଇଁ ବଡ ଯୋଜନା କରୁଥିବା ଜଣା ପଡିଛି । ପୂର୍ବରୁ ବିମୁଦ୍ରାକରଣ ସମୟରେ ନୂଆ କରି ୫,୧୦ ଓ ୧୦୦ ଟଙ୍କିଆ ନୂଆ ନୋଟ୍ ପ୍ରଚଳନ କରାଯାଇଥିଲା । ତେବେ ବର୍ତମାନ ବଜାରରେ ନୂଆ ନୋଟ୍ ଗୁଡିକର ପ୍ରଚଳନ ପୁରୁଣା ନୋଟ୍ ଅପେକ୍ଷା ଅଧିକ ଥିବାରୁ ଏହି ନୋଟ୍ ଗୁଡିକର ପ୍ରତ୍ୟାହାର ସମୟରେ ସେଭଳି ବିଶେଷ କିଛି ଅସୁବିଧା ହେବ ନାହିଁ ଆରବିଆଇ ଦର୍ଶାଇଛି ।

ପୂର୍ବରୁ ୨୦୧୬ରେ ନଭେମ୍ବର ୭ ତାରିଖରେ ପୁରା ଦେଶରୁ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ କୁ ପ୍ରତ୍ୟାହାର କରାଯାଇଥିଲା ।

  • Tags:

Subscribe

National International State Sports Entertainment