Disney+Hotstarରେ OTP ସେୟାରିଂ ମନା । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ OTT ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଖେଳ ଠାରୁ ଆରମ୍ଭ କରି ଫିଲ୍ମ, ଓ୍ବେବ୍ ସିରିଜ୍, ସିରିଏଲ ପର୍ଯ୍ୟନ୍ତ ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଏଥିରେ ଦେଖି ପାରୁଛନ୍ତି । କିନ୍ତୁ କମ୍ପାନୀମାନଙ୍କର ମୁଣ୍ଡ ବ୍ୟଥା ବଢ଼ାଇଛି ୟୁଜର୍ସଙ୍କ ମଧ୍ୟରେ ଓଟିପି ସେୟାରିଂ । ଏହାର ସମାଧାନ ବାହାର କରିବା ପାଇଁ ଲଗାତାର ଭାବେ ପଦକ୍ଷେପ ନିଆଯାଉଛି । କିଛି ଦିନ ପୂର୍ବରୁ ନେଟ୍-ଫ୍ଲିକ୍ସ ପାସ୍ଓ୍ବାର୍ଡ୍ ସେୟାରିଂ ଉପରେ ରୋକ୍ ଲଗାଯାଇଥିବା ବେଳେ ଏବେ Disney+Hotstar ମଧ୍ୟ ଏପରି କରିବାକୁ ଚେଷ୍ଟା କରିଛି।
ପାସ୍ଓ୍ବାର୍ଡ ସେୟାରିଂ କରୁଥିବା ୟୁଜର୍ସଙ୍କ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି Disney+Hoststar । କେବେଳ ପରିବାର ଛଡା ଆଉ କୌଣସି ବ୍ୟକ୍ତିଙ୍କ ସହ OTP ସେୟାରିଂ କରିପାରିବେନି ୟୁଜର୍ସ । ଯଦି କେହି ବାହାର ଲୋକଙ୍କୁ ଓଟିପି ସେୟାର କରନ୍ତି ତେବେ ଏଥିପାଇଁ ସେମାନଙ୍କୁ କିଛି ଦେୟ ଦେବାକୁ ପଡିବ । ବିନା ଦେୟରେ କୌଣସି ବ୍ୟକ୍ତି OTT ପ୍ଲାଟଫର୍ମର ଲାଭ ଉଠାଇ ପାରିବେନାହିଁ । ଯଦି ବିନା ଦେୟରେ କୌଣସି ବ୍ୟକ୍ତି ଏପରି କରନ୍ତି ତେବେ କମ୍ପାନୀ ଫକ୍ଷରୁ ୟୁଜର୍ସଙ୍କ ଆକାଉଣ୍ଟ ସସ୍ପେଣ୍ଡ କରିଦିଆଯିବ ।
ଅଧିକ ପଢନ୍ତୁ :୧୭ରେ ପାଣିପାଗ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ