ସାରା ଦେଶରେ ଲାଗୁହେଲା ନୂଆ ନିୟମ,ଏଣିକି “ଜିରୋ” ଲଗାଇ ଲ୍ୟାଣ୍ଡଲାଇନ୍ ରୁ ମୋବଇଲକୁ ଫୋନ୍ କରନ୍ତୁ
Khabar Odisha:New-rules-have-been-in-place-across-the-country-with-mobile-phones-from-landline-to-zero
ଭୁବନେଶ୍ୱର, ଜାନୁଆରୀ ୧୫ (ଖବର ଓଡ଼ିଶା):

ଲ୍ୟାଣ୍ଡଲାଇନ୍ ରୁ ମୋବାଇଲ୍ କୁ କଲ୍ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ କାରଣ ଏବେ ଫୋନ୍ କରିବା ପୂର୍ବରୁ ଆପଣଙ୍କୁ ଶୂନ ଲଗାଇବାକୁ ପଡ଼ିବ ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କ କଲ୍ ଉକ୍ତ ବ୍ୟକ୍ତିଙ୍କ ପାଖକୁ ପହଂଚି ପାରିବ ନାହିଁ କାରଣ ଏପରି ବ୍ୟବସ୍ଥା ଏବେ ଆଣିଛି ଟେଲିକମ୍ ମନ୍ତ୍ରାଳୟ ଯାହା ଏବେ ସବୁଦେଶରେ ଲାଗୁ କରାଯିବ । ଏହି ବ୍ୟବସ୍ଥା ଫଳରେ ମୋବାଇଲ ଏବଂ ଲ୍ୟାଣ୍ଡଲାଇନ୍ ସେବା ପାଇଁ ଅଧିକ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ କରିଥିଲା ଯାହାକୁ ଏବେ ମଞ୍ଜୁରୀ ମିଳିସାରିଛି । 

  • Tags:

Subscribe

National International State Sports Entertainment