ଭାରତରେ ବଢୁଛି କରୋନା ସଂକ୍ରମଣ : ଦେଶରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୧୬ ହଜାର ୮୦୦ ଟପିଲା ମୃତ୍ୟୁ ସଂଖ୍ୟା
Khabar Odisha:National-5-lakh-66k-crossed-Corona-positive-in-India
ନୂଆଦିଲ୍ଲୀ, ଜୁନ 30 (ଖବର ଓଡ଼ିଶା):

 ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ହୁ ହୁ ହୋଇ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ ପ୍ରାୟ ୧୮ ହଜାର ୫୨୨ ମାମଲା ଚିହ୍ନଟ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୬୬ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬ ହଜାର ୮୦୦ ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ମହାମାରୀ କରୋନା ଭାରତରେ ଭୟଙ୍କର ହେଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୬୬ ହଜାର ୮୪୦ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୧୬ ହଜାର ୮୯୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୩୪ ହଜାର ୮୨୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୧୨୫ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୧୫ ହଜାର ୧୨୫  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୧୮ ହଜାର ୫୨୩  ନୂଆ ମାମଲା ସାମନାକୁ ଆସିଛି।  ଏହା ସହ ୪୧୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।  

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ପ୍ରାୟ ୧ ଲକ୍ଷ ୭୦ ହଜାର ଆକ୍ରାନ୍ତ ଚିହ୍ନଟ ବେଳେ ପ୍ରାୟ ୭ହଜାର ୫୦୦  ହଜାର ଟପିଛି ମୃତ୍ୟୁ ସଂଖ୍ୟା । ଦିଲ୍ଲୀରେ ମଧ୍ୟ  ସ୍ଥିତି ବେକାବୁ ହେବାରେ ଲାଗିଛି ।

  • Tags:

Subscribe

National International State Sports Entertainment