୯ମ ଥର ୩୦୦ରୁ ଅଧିକ ଆସନରେ ଗଢ଼ା ହେବ ସରକାର, ନେହେରୁ-ଇନ୍ଦିରାଙ୍କୁ ୩-୩ ଥର ମିଳିଥିଲା ତ୍ରିଶତକ ଆସନ
Khabar Odisha:Nation-election-Lok-Sabha-election-9th-time-any-party-gets-more-than-300-seats

ନୂଆଦିଲ୍ଲୀ, ମଇ ୨୫ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକସଭା ନିର୍ବାଚନରେ ୩୦୦ରୁ ଅଧିକ ଆସନରେ ଜିତିବା ନିର୍ବାଚନ ଇତିହାସରେ ୯ମ ଘଟଣା ଅଟେ । ସଂସଦର ୫୪୩ ସଂସଦୀୟ ନିମ୍ନ ଗୃହ ଲୋକସଭାରେ ବିଜେପିର ୩୦୩ ସଭ୍ୟ ଜିତି ପହଂଚିଛନ୍ତି । ଲୋକସଭାର ୱେବସାଇଟ ଅନୁସାରେ ସ୍ୱାଧୀନତା ପରେ ୧୯୫୨ରେ ପ୍ରଥମ ଥର ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସର ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଦଳକୁ ୩୯୮ ଆସନରେ ବିଜୟ ମିଳିଥିଲା । 

ଏହା ପରେ ୧୯୫୭ ଓ ୧୯୬୨ରେ ନେହରୁ ଇତିହାସ ରଚିଥିଲେ । ତାଙ୍କୁ ୧୯୫୭ରେ ୫୩୭ରୁ ୩୯୫ ଆସନ ମିଳିଥିଲା ଏବଂ ୧୯୬୨ରେ ୫୪୦ ଆସନରୁ ୩୯୪ ଆସନରେ ବିଜୟ ମିଳିଥିଲା । ବର୍ଷ ୧୯୬୭ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୫୫୩ରୁ ୩୦୩ ଆସନରେ ବିଜୟ ହାସଲ କରିଥିଲେ । 

ବର୍ଷ ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ପାର୍ଟି ୫୫୩ ଆସନରୁ ୩୭୨ରେ ବିଜୟ ହାସଲ କରି ଦୁଇ ତୃତୀୟାଂଶ ବହୁମତ ହାସଲ କରିଥିଲା । ବର୍ଷ ୧୯୭୭ରେ ଜରୁରୀକାଳନୀ ୬ଷ୍ଠ ଲୋକସଭା ନିର୍ବାଚନ ହୋଇଥିଲା । ୪ଟି କଂଗ୍ରେସ ପାର୍ଟିର ବିଳୟରେ ଗଠନ ହୋଇଥିବା ଜନତା ପାର୍ଟି ସେହି ସମୟରେ ୫୫୭ରୁ ୩୦୨ ଆସନରେ ବିଜୟୀ ହୋଇଥିଲା । ମାତ୍ର ସରକାରର କୌଣସି ସ୍ଥିରତା ନଥିଲା । ବର୍ଷ ୧୯୮୪ରେ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ପରେ ସହାନୁଭୂତି ଲହରି କଂଗ୍ରେସକୁ ତାଙ୍କର ପୁଅ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ୫୬୭ ଆସନରୁ ୪୨୬ ଆସନ ମିଳିଥିଲା । ୧୯୮୯ ରୁ ୨୦୧୪ ମଧ୍ୟରେ କୌଣସି ପାର୍ଟି ନିଜର ଏକାକୀ ଉଦ୍ୟମରେ ବିଜେତା ଭାବରେ ସରକାର ଗଢ଼ି ପାରି ନାହିଁ । 

 

  • Tags:

Subscribe

National International State Sports Entertainment