ମହାରାଷ୍ଟ୍ର: ୨ ଗୋଷ୍ଠୀ ମଧ୍ୟରେ ହିଂସାରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ, ୫ ପୋଲିସ କର୍ମୀ ଆହତ
Khabar Odisha:Nation-brick-stones-broke-out-two-groups-as-many-vehicles-damaged

ମୁମ୍ବାଇ, ମେ ୧୩ (ଖବର ଓଡ଼ିଶା): ମହାରାଷ୍ଟ୍ରର ଜାଲନା ଜିଲ୍ଲାର ଏକ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ପଥର ଓ ଇଟାମାଡ଼ ହୋଇଛି । କୁହାଯାଉଛି ଯେ, ହିଂସାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମାତ୍ର ହିଂସାକୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହିତ ଲୁହାବୁହା ଗ୍ୟାସ୍‌ର ପ୍ରୟୋଗ କରିଛି । ପୋଲିସ ୨୦ରୁ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । 

ଜାଲନ ଜିଲ୍ଲା ଭୋକରଦାନ ତହସିଲ ଅନ୍ତର୍ଗତ ଚନ୍ଦଇ ଗାଁରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି  ଗାଁରେ ଥିବା କମାନରେ ପ୍ରତିଷ୍ଠା କରାଯାଇଥିଲା । ସେହି କମାନର ନାମ ଗୋପୀନାଥ ମୁଣ୍ଡେ ରଖାଯିବାର ଥିଲା । କିନ୍ତୁ ଗାଁର ୨ ଗୋଷ୍ଠୀଙ୍କ ମଧ୍ୟରେ କମାନର ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ବଢ଼ିବାରୁ ପଥରମାଡ଼ ହୋଇଥିଲା । 

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ପୋଲିସକୁ ମଧ୍ୟ ଲୋକେ ଡରି ନଥିଲେ । ପୋଲିସ ଭିଡ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା । ପୋଲିସ ୨୦ରୁ ୨୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ଘଟଣାସ୍ଥଳ ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି । 

 

  • Tags:

Subscribe

National International State Sports Entertainment