ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ପାଇଁ ସୋମବାର ଜିଏମ୍ସି ବାଳଯୋଗୀ ସଭାଗୃହରେ ବିଦାୟକାଳୀନ ସମାରୋହର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଇଡୁ ନିଜର କିଛି ପୁରୁଣା ଦିନର ସ୍ମୁତିକୁ କହିଥିଲେ । ନାଇଡୁ ଉପସ୍ଥିତ ସାଂସଦ ଓ ମନ୍ତ୍ରୀଙ୍କୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଥିଲେ । ସେ କହିଥିଲେ ଯେ, ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ । ଆପଣଙ୍କର ପରିଶ୍ରମ ଆପଣଙ୍କର ଲୋକ ନେଇକି ଯିବେ । ସେ କହିଛନ୍ତି ଯେ, ମୁଁ କେବେ କାହାରି ପାଦ ଛୁଇଁନାହିଁ । ସୂଚନାଯୋଗ୍ୟ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ସୋମବାର ଶେଷ ଦିନ ଥିଲା ।
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଥିଲେ ଯେ, ମୁଁ ବହୁତ ଖୁସି ଯେ, ଆପଣମାନଙ୍କୁ ମନେପକାଇବି । ମୁଁ ୫ ବର୍ଷ ଦାୟିତ୍ୱ ନେଇଥିଲି । ଗୋଟିଏ ପଟରେ ଉପରାଷ୍ଟ୍ରପତି ଓ ଅନ୍ୟପଟରେ ରାଜ୍ୟସଭା । ମୁଁ ମୋର କାର୍ଯ୍ୟକାଳ ସମୟରେ ସବୁବେଳେ ଗାରିମା ଜାରି ରଖିବାକୁ ଉଦ୍ୟମ କରିଥିଲି । ଆପଣମାନଙ୍କୁ ନମସ୍କାର କରିବା ସହିତ ଅଭିବାଦନ ହେଉଥିଲା । ଏହା ଆମ ଭାରତୀୟ ସଂସ୍କୃତିର ଅଂଶବିଶେଷ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ରାଜ୍ୟସଭାର ଉପସଭାପତି ହରିବଂଶ, ପୀୟୁଷ ଗୋୟଲ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି । ବିଭିନ୍ନତା ଭିତରେ ଏକତା ସୂତ୍ରରେ ଭାରତ ବାନ୍ଧି ହୋଇଛି । ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ନିଜ ସଂଘର୍ଷ ବଳରେ ସେ କେମିତି ଉପରାଷ୍ଟ୍ରପତି ପର୍ଯ୍ୟନ୍ତ ପହଂଚିଥିଲେ, ନାଇଡୁ ତାହା କହିଛନ୍ତି । ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇଥିଲେ । ୩ କିମି ପାଦରେ ଚାଲି ଚାଲି ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିଲେ । ସେ କହିଛନ୍ତି ଯେ, ଭଗବାନଙ୍କ ପରେ ଅଟଳଜୀ ଓ ଆଡଭାନୀଙ୍କୁ ସମ୍ମାନ ଦେଉଥିଲେ ।