ମହାରାଷ୍ଟ୍ର: ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଫଡଣବୀସଙ୍କୁ ଦିଆଗଲା ମିଠାଇ, ଏକନାଥଙ୍କ ଘର ସାମ୍ନାରେ ଫୁଟିଲା ବାଣ
Khabar Odisha:Nation-Uddhav-Thackeray-resigns-as-Chief-Minister-of-Maharashtra-after-SC-decision

ମୁମ୍ବାଇ, ଜୁନ୍ ୩୦ (ଖବର ଓଡ଼ିଶା): ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ବୁଧବାର ରାତିରେ ଇସ୍ତଫା ଦେଇଛନ୍ତି ।  ସୁପ୍ରିମକୋର୍ଟଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ନିଷ୍ପତ୍ତି ଶୁଣାଇବାର ଅଳ୍ପ ସମୟ ମଧ୍ୟରେ ଉଦ୍ଧବ ଠାକରେ ଫେସ୍‌ବୁକ୍ ଲାଇଭ୍ କରିଥିଲେ । ସେ ଫେସ୍‌ବୁକରେ କହିିଥିଲେ ଯେ, ମୋତେ ଫ୍ଲୋର ଟେଷ୍ଟରୁ କୌଣସି ଲାଭ ମିଳିବ ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ପଦବି ଛାଡୁଛି । ସେ ବିଧାନପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଦେଇଛନ୍ତି । ଠାକରେ କହିଥିଲେ ଯେ, ମୋର ପାଖରେ ଶିବସେନା ଅଛି । 

ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଠାକରେ କହିଛନ୍ତି ଯେ, କଂଗ୍ରେସ ମନ୍ତ୍ରିମଣ୍ଡଳରୁ ବାହାରିବା ପାଇଁ ଉଦ୍ୟମ କରିଛି । ସେ କହିଛନ୍ତି ଯେ, ଜୁନ ୩୦ରେ ହେବାକୁ ଥିବା ଫ୍ଲୋର ଟେଷ୍ଟରୁ ମୋତେ କିଛି ମିଳିବ ନାହିଁ । କାରଣ ଏଥିରେ ମୋର କୌଣସି ଆଗ୍ରହ ନାହିଁ । କାହାର ପାଖରେ କେତେ ସଂଖ୍ୟା ଅଛି, ମୋତେ ଏଥିରୁ କିଛି ମିଳିବ ନାହିଁ । 

ସୁପ୍ରମିକୋର୍ଟଙ୍କ ପଇସଲା ଓ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଦେବେନ୍ଦ୍ର ଫଣନବୀସଙ୍କୁ ମିଠାଇ ଖୁଆଯାଉଥିବାର ଫଟୋ ଗଣମାଧ୍ୟମ ପାଖକୁ ଆସିଛି । ସେହିପରି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ଶିନ୍ଦେଙ୍କ ଘର ସାମ୍ନାରେ ବୁଧବାର ରାତିରେ ବାଣ ଫୁଟିଛି । ଏଠାରେ ମଧ୍ୟ ମିଠାଇ ବଣ୍ଟା ଯାଇଛି । 

ସୂଚନାଯୋଗ୍ୟ, ଫ୍ଲୋର ଟେଷ୍ଟ ସାମ୍ନା କରିବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ । ସେ କହିଥିଲେ ଯେ, ମୋର ନିଜର ଲୋକେ ହିଁ ମୋତେ ଧୋକା ଦେଇଛନ୍ତି । ଯାହାକୁ ମୁଁ ବଡ଼ କରିଛି, ଏହା ମୋର ପାପ । ଏହି ପାପକୁ ଆଜି ମୁଁ ଭୋଗୁଛି । ବାଲା ସାହେବଙ୍କ ପୁଅ ଯାହାଙ୍କୁ ବଡ଼ କରିଛି, ଏଥିରୁ କିଛି ଲୋକ ମୋତେ ସାନ କରିଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଆଦୌ ଦୁଃଖ ଲାଗୁନାହିଁ ।

 

 

  • Tags:

Subscribe

National International State Sports Entertainment