ରାମ ମନ୍ଦିର: ଇତିହାସରେ ଲେଖାଯିବ ଆଜିର ଦିନ, ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ଭୂମିପୂଜନ
Khabar Odisha:Nation-UP-Bhumi-Pujan-for-grand-Ram-Mandir-today-in-Ayodhya-of-Uttar-Pradesh

ଅଯୋଧ୍ୟା, ଅଗଷ୍ଟ ୦୫ (ଖବର ଓଡ଼ିଶା): ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ହିନ୍ଦୁ ପରିଷଦ ଓ ଶ୍ରୀରାମ ଭକ୍ତଙ୍କର ଏକ ବଡ଼ ସ୍ୱପ୍ନ ପୂରା ହେବାକୁ ଯାଉଛି । ଆଜିର ଦିନଟି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ । ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ସମେତ ସମଗ୍ର ଭାରତରେ ଶ୍ରୀରାମ ଭକ୍ତଙ୍କ ମାନେ ଆଜି ଉତ୍ସାହିତ ଅଛନ୍ତି । ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷନାଗ ରଖାଯିବ । କୁହାଯାଇଥାଏ ଶେଷନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶୀ ବିଶ୍ୱନାଥରୁ ଆସିଥିବା ବେଲପତ୍ର ଅର୍ପଣ କରାଯିବ । କାଶୀ ବିଦ୍ୱାନ ପରିଷଦର ୩ ଜଣ ପଣ୍ଡିତ ବେଲପତ୍ର ନେଇ ଅଯୋଧ୍ୟା ପହଂଚିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପାଇଁ ଆଜି ପୂର୍ବାହ୍ନରେ ଅଯୋଧ୍ୟା ପହଂଚିବେ । ଭୂମି ପୂଜନ ଲାଗି ସ୍ୱତନ୍ତ୍ର ମଂଚ ପ୍ରସ୍ତୁତ ହୋଇଛି । ଏହି ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସରସଂଘଚାଳକ ମୋହନ ଭାଗବତ ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ । 

ଅଯୋଧ୍ୟାକୁ ଦିପାବଳୀ ଭଳି ଭବ୍ୟ ସାଜସଜ୍ଜା କରାଯାଇଛି । ଏହାକୁ ନେଇ ଅଯୋଧ୍ୟାର ଜୟସିଂହପୁର ଗାଁରେ ଦେଢ଼ ଲକ୍ଷ ଦୀପ ଗଢ଼ାଯାଇଛି । ଗାଁ ଲୋକେ ବହୁତ ଖୁସି ଅଛନ୍ତି । ଅଯୋଧ୍ୟାରେ ପ୍ରସାଦ ଲାଗି ସ୍ୱତନ୍ତ୍ର ଲଡୁ କରାଯାଇଛି । ୧ ଲକ୍ଷ ୧୧ ହଜାର ଦେଶୀ ଘିଅରେ ଏହି ଲଡୁ କରାଯାଇଛି । ଏହାକୁ ଷ୍ଟିଲର ୧୧ ହଜାର ଡବାରେ ପ୍ରସାଦ ପ୍ୟାକିଂ କରାଯିବ । ଶ୍ରୀରାମ ଭୂମି ପୂଜନର ପ୍ରସାଦ ଦେଶବାସୀଙ୍କୁ ଦିଆଯିବ । 

ମୋଦୀଙ୍କ କାର୍ଯ୍ୟକ୍ରମ

-ଅଯୋଧ୍ୟାରେ ଅଗଷ୍ଟ ୫ରେ ମୋଦୀ ସାଢ଼େ ୨ ଘଣ୍ଟା ରହିବେ

-ସେ ପୂର୍ବାହ୍ନ ୧୧ଟା ୪୦ରେ ଅଯୋଧ୍ୟା ପହଂଚିବେ

-ଦିନ ୧୨ଟା ୪୦ ମିନିଟ ୮ ସେକେଣ୍ଟରେ ରାମ ମନ୍ଦିର ଆଧାରଶିଳା ରଖିବେ

-ଅପରାହ୍ନ ୧୨ଟା ୪୦ ମିନିଟ ୪୦ ସେକେଣ୍ଟ ଯାଏଁ ଶୁଭ ମୂହୁର୍ତ୍ତ

-ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ । 

 

  • Tags:

Subscribe

National International State Sports Entertainment