୨୧ରୁ ହରିୟାଣାରେ ନବମରୁ ଦ୍ୱାଦଶ ଯାଏଁ ଖୋଲିବ ସ୍କୁଲ, ଶିକ୍ଷକଙ୍କ ହେବ କରୋନା ପରୀକ୍ଷା
Khabar Odisha:Nation-Schools-in-Haryana-will-open-for-students-from--on-September-21-SOP-released

ଚଣ୍ଡୀଗଡ଼, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ଅନଲକ-୪ ଘୋଷଣା ହେବା ପରେ ହରିୟାଣା ସରକାର ରାଜ୍ୟରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ରାଜରେ ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଯାଇ ଶିକ୍ଷକଙ୍କ ପରାମର୍ଶ ପାଇଁ ଅନୁମତି ଦିଆଯାଇଛି । ଏଥି ଲାଗି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି । ସରକାର କହିଛନ୍ତି ଯେ, ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୨୧ରୁ ଅଣ କଣ୍ଟେନମେଣ୍ଟ ଜୋନରେ ରହୁଥିବା ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇ ଶିକ୍ଷକଙ୍କ ପରାମର୍ଶ ନେଇ ପାରିବେ । କିନ୍ତୁ ଏଥିଲାଗି ସେମାନେ ଅଭିଭାବକଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଓ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ କରିବାକୁ ହେବ । ଏଥି ସହିତ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ କରି ଦିଆଯାଇଛି । 

ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସ୍କୁଲର ସମୟ ଏବଂ ବିସ୍ତୃତ ତଥ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ସ୍କୁଲମାନଙ୍କୁ କୁହାଯାଇଛି ଯେ, ଛାତ୍ରଛାତ୍ରୀ ନିଜସ୍ୱ ହିସାବରେ ସ୍କୁଲକୁ ଆସିବେ । ଏହା ଦ୍ୱାରା ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ଆସିବାରେ ସହଜ ହେବ । 

 

  • Tags:

Subscribe

National International State Sports Entertainment