କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀ-ଭତ୍ତାଧାରୀଙ୍କୁ ମିଳିପାରେ ମହଙ୍ଗା ଭତ୍ତା, ଲାଗିଛି କଟକଣା
Khabar Odisha:Nation-Millions-of-central-government-employees-pensioners-can-get-dearness-allowance-and-dearness-relief

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଓ ଭତ୍ତାଧାରୀଙ୍କ ଲାଗି ଖୁସିଖବର ଆସିଛି । ଆଶା କରାଯାଉଛି ଯେ, ସରକାର ଏମାନଙ୍କୁ ମହଙ୍ଗାର ବର୍ତ୍ତମାନ ୨୮ ପ୍ରତିଶତ ଦର ହିସାବରେ ମହଙ୍ଗା ଭତ୍ତା ଓ ମହଙ୍ଗାରୁ ଆଶ୍ୱସ୍ତି ଦେଇପାରନ୍ତି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୪୯.୬୩ ଲକ୍ଷ କର୍ମଚାରୀ ଉପକୃତ ହେବେ । ସେହିପରି ୬୫.୨୬ ଲକ୍ଷ ଭତ୍ତାଧାରୀ ମଧ୍ୟ ଉପକୃତ ହେବେ ।

କର୍ମଚାରୀଙ୍କ ଆସୋସିଏଶନ କନଫେଡେରେଶନ ଅଫ ସେଣ୍ଟ୍ରାଲ ଗର୍ଭରମେଣ୍ଟ ଏମ୍ଲାଇଜ ଆଣ୍ଡ ୱାକର୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ସରକାରୀ ଖଜଣା ଉପରେ ପ୍ରସଙ୍ଗ ଉପସ୍ଥାପନା କରିଛି । ଏହି ହିସାବରେ ସବୁ ସରକାରୀ କର୍ମଚାରୀଙ୍କୁ ୨୮ ପ୍ରତିଶତ ଭାବେ ମହଙ୍ଗା ଭତ୍ତା ଦିଆଯାଉ ବୋଲି ସଂଘ କହିଛି । 

ଦେଶରେ ଏବେ ସ୍ଥିତ ସୁଧାର ଆସିଛି । କୋଭିଡ-୧୯ କାରଣରୁ କିଛି ମାସ ହେବ ଅବସ୍ଥା ଠିକ ନଥିଲା । କିନ୍ତୁ ଏବେ କୋଭିଡକୁ ନେଇ ସ୍ଥିତି ସଂଶୋଧନ ଆସିଛି । ବର୍ଷ ୨୦୨୦ ସେପ୍ଟେମ୍ବରରେ ଦୈନିକ ହାରାହାରୀ ୯୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ହ୍ରାସ ପାଇ ୧୫ ହଜାର ହୋଇଛି । କରୋନା ଲାଗି ମହଙ୍ଗା ଭତ୍ତା ଉପରେ କେନ୍ଦ୍ର ସରକାର କଟକଣା ଲଗାଇଥିଲେ । 

 

  • Tags:

Subscribe

National International State Sports Entertainment