ଜୁଲାଇ ୨ ଓ ୩ରେ ମହାରାଷ୍ଟ୍ର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ, ହେବ ବାଚସ୍ପତି ନିର୍ବାଚନ
Khabar Odisha:Nation-Maharshtra-assembly-session-2nd-and-3rd-July-speaker-election-Eknath-Shinde

ମୁମ୍ବାଇ, ଜୁଲାଇ ୦୧ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ସେ ଗୁରୁବାର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଠାରୁ ଶପଥ ଗ୍ରହଣ କରିଛନ୍ତି । ଏବେ ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଏହାର ନାୟକ ହେଉଛନ୍ତି ଏକନାଥ ଶିନ୍ଦେ । ଆସନ୍ତା ୨ ଓ ୩ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏଥି ସହିତ ସରକାରଙ୍କୁ ନିଜର ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ପଡ଼ିବ । ଏଥି ପାଇଁ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଛି । ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । 

ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ଦଳର ଦୀପକ କେସରକର କହିଛନ୍ତି ସ୍ୱପ୍ନ ପୂରା ହେବାକୁ ଯାଉଛି । ଆଜି ହେଉଛି ଖୁସିର ଦିନ । ବିଜେପି ଯେଉଁ ନିଷ୍ପତ୍ତି ନେଇଛି, ଏହା ଐତିହାସିକ । କିନ୍ତୁ ଦେବେନ୍ଦ୍ର ଫଡଣବୀସ ଯେଉଁ କାମ କରିଛନ୍ତି, ତାହା ବିଶାଳ ହୃଦୟର ପରିଚୟ । ଦେବେନ୍ଦ୍ର ଫଡଣବୀସଙ୍କ ଶାସନ କାଳରେ ମହାରାଷ୍ଟ୍ରରେ ଅନେକ ଗୁଡ଼ିଏ ବଡ଼ ପ୍ରକଳ୍ପ ନିର୍ମାଣ କରିଥିଲେ । ତେଣୁ ସେ ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ଶିନ୍ଦେଙ୍କୁ ବିପୁଳ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଛି । ବିଜେପି ବହୁତ ଭଲ ଏବଂ ବଡ଼ ନିଷ୍ପତ୍ତି ନେଇଛି । 

 

  • Tags:

Subscribe

National International State Sports Entertainment