୨୦୨୩ରେ ଭାରତରେ ଜି-୨୦ ସମ୍ମିଳନୀ, ଆଗାମୀ ୨ ବର୍ଷ ଏହି ଦେଶରେ ଆୟୋଜନ
Khabar Odisha:Nation-India-to-host-G20-summit-in-2023-PM-Narendra-Modi-thanked--Saudi-Arabia-for-hosting-successful-summit

ନୂଆଦିଲ୍ଲୀ/ରିୟାଦ, ନଭେମ୍ବର ୨୩ (ଖବର ଓଡ଼ିଶା): ସାଉଦୀ ଆରବ ତରଫରୁ ଆୟୋଜିତ ୧୫ତମ ଜି୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ଆସନ୍ତା ସମ୍ମିଳନୀ ୨୦୨୧ରେ ଇଟାଲୀରେ ଅନୁଷ୍ଠିତ ହେବ । ସେହିପରି ୨୦୨୦ରେ ଇଣ୍ଡୋନେସିଆ ଓ ୨୦୨୩ରେ ଜି୨୦ ସମ୍ମିଳନୀରେ ଭାରତ ଆୟୋଜନ କରିବ । ସମ୍ମିଳନୀର ଉଦଯାପନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦ ଆରବ ପକ୍ଷରୁ କରାଯାଇଥିବା ସଫଳ ଆୟୋଜନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଜି୨୦ ସଦସ୍ୟ ଦେଶର ନେତାମାନେ ଏହାରି ଉପରେ ଜୋର ଦେଇଥିଲେ । 

ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏହି ସମୟ ଆମର ଧ୍ୟାନ ଲୋକଙ୍କ ଜୀବନ ଓ ଦେଶର ଅର୍ଥ ବ୍ୟବସ୍ଥା ବଂଚାଇବା । କିନ୍ତୁ ଆମର ନଜର ଜଳବାୟୁ ପରିବର୍ତ୍ତନ ଉପରେ ପୋକସ ରହିବା ଉଚିତ । ଭାରତ କେବଳ ଏହି ପ୍ରସଙ୍ଗରେ ପ୍ୟାରିସ ବୁଝାମଣାର ଲକ୍ଷ୍ୟକୁ ପୂରା କରୁଛି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୩୦ ଯାଏଁ ୨୬ ଲକ୍ଷ ହେକ୍ଟର ଜମିକୁ ବ୍ୟବହାରଯୋଗ୍ୟ କରିବାର ଅଛି । ଆମେ ବିପୁଳ ପରିମାଣରେ ଏଲଇଡି ଲାଇଟକୁ ଜନସାଧାରଣଙ୍କ ନିକଟକୁ ପହଂଚାଇଛୁ । ଏହି କାରଣଣୁ ଆମେ ୩୮ ମିଟିୟନ ଟନ କାର୍ବନ ଡାଇଅକ୍ସାଇଡର ଉତ୍ସର୍ଜନ ରୋକିପାରିଛୁ । ଉଜ୍ଜଳା ଯୋଜନା ବଳରେ ଆମେ ୮ କୋଟିରୁ ଅଧିକ ଘରରେ ରୋସେଇ ଗ୍ୟାସ ସଂଯୋଗ କରିଛୁ । ଫଳରେ ବାୟୁମଣ୍ଡଳକୁ ଧୂଆଁ ମୁକ୍ତ କରିବାରେ ଉଦ୍ୟମ ହୋଇପାରିଛି । ଏହା ପୂରା ବିଶ୍ୱରେ ବଡ କ୍ଲିନ ଏନାର୍ଜୀ ଡ୍ରାଇଭ ମଧ୍ୟରେ ଏକ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀକୁ ସମ୍ବୋଧିତ କରି ଶନିବାର କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସାଉଦୀ ଆରବର କିଙ୍ଗ ସଲମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ।  କରୋନା ପରେ ବିଶ୍ୱ ପାଇଁ ଏକ ନୂତନ ବୈଶ୍ୱିକ ସୂଚକାଙ୍କ ଆହ୍ୱାନ କରିଛନ୍ତି, ଯେଉଁଥିରେ ୪ ପ୍ରମୁଖ ତତ୍ୱ ସାମିଲ ଅଛି- ଏକ ବିଶାଳ ଟେଲେଣ୍ଟ ପୋଲ ନିର୍ମାଣ ହେଉ, ଯେଉଁଥିରେ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ପ୍ରଦ୍ୟୋଗିକୀ ସମାଜ ସମସ୍ତଙ୍କ ନିକଟକୁ ପହଂଚୁ । ଶାସନର ପ୍ରଣାଳୀରେ ପାରଦର୍ଶିତା ଏବଂ ଟ୍ରଷ୍ଟିଶିପର ଭାବନା ସହିତ ପୃଥିବୀର ସେବା କରାଯାଇପାରିବ । ଏହି ଆଧାରରେ ଜି-୨୦ ଏକ ନୂତନ ବିଶ୍ୱର ମାଇଲ ଖୁଣ୍ଟ ଭାବେ ଛିଡ଼ା ହୋଇପାରିବ । 

 

  • Tags:

Subscribe

National International State Sports Entertainment