ଶ୍ୱାସକ୍ରିୟାଜନିତ ସମସ୍ୟା ଦୂର କରିବାକୁ ଉଦ୍ୟମ ଜାରି, ଗୁରୁଗାଓ ପହଂଚିଲା ୪ ଅକ୍ସିଜେନ ଟ୍ୟାଙ୍କର୍ସ
Khabar Odisha:Nation-Coronavirus-outbreak-oxygen-shortage-covid-19

ନୂଆଦିଲ୍ଲୀ, ମେ ୦୪ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ କାରଣରୁ ଦେଶ ଏବେ ବଡ଼ ସଂକଟ ଦେଇ ଗତି କରୁଛି । ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ ସମସ୍ୟା ଥିବାରୁ ରୋଗୀଙ୍କର ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଲୋକଙ୍କ ଜୀବନ ବଂଚାଇବାକୁ ଅନ୍ୟ ରାଜ୍ୟରୁ ଅମ୍ଲାଜାନ ଯୋଗାଣ କରାଯାଉଛି । ଗୁରୁଗାଓରେ ଅମ୍ଲାଜନଜନିତ ସମସ୍ୟା ଦୂର କରିବା ପାଇଁ ଗୁଜରାଟର ହପାଠାରୁ ୪ଟି ଅକ୍ସିଜେନ ଟ୍ୟାଙ୍କର୍ସ ଆସି ପହଂଚିଛି । ଏହି ଅକ୍ସିଜେନ ଟାଙ୍କର୍ସ ଗୁଡ଼ିକ ପହଂଚିବା ରୋଗୀ, ଡାକ୍ତର ଓ ପ୍ରଶାସନକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । 

ଭାରତରେ କରୋନା ଭାଇରସ ନିୟନ୍ତ୍ରଣ ବାହାରେ ଥିବା ବେଳେ ବିଦେଶୀ ରାଷ୍ଟ୍ର ଗୁଡ଼ିକ ସହାୟତା ପାଇଁ ଆଗେଇ ଆସିଛନ୍ତି । କୁଏତରୁ ୨୮୨ ଅକ୍ସଜେନ ସିଲିଣ୍ଡର, ୬୦ଟି ଅକ୍ସିଜେନ କଣ୍ଟେନର୍ସ, ଭେଣ୍ଟିଲେଟ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଭାରତକୁ ଆସିଛି । 

ସୂଚନାଯୋଗ୍ୟ, ଦିଲ୍ଲୀ, ହରିୟାଣା, ପଂଜାବ, ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନର ଘୋର ଅଭାବ ରହିଛି । ଅକ୍ସିଜେନ ଅଭାବ କାରଣରୁ ଅନେକ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଛି । 

 

  • Tags:

Subscribe

National International State Sports Entertainment