ଦିଲ୍ଲୀ ହିଂସା: ପୋଲିସ-ପ୍ରଶାସନକୁ ଦାୟୀ କରାଇବାକୁ ଚକ୍ରାନ୍ତ କରିଥିଲେ ଷଡ଼ଯନ୍ତ୍ରକାରୀ
Khabar Odisha:Nation-Delhi-riots-leading-conspirators-had-decided-to-adopt-guerrilla-tactics

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଉତ୍ତର-ପୂର୍ବ ଦିଲ୍ଲୀରେ ଚଳିତ ବର୍ଷ ଫେବୃୟାରୀରେ ହୋଇଥିବା ହିଂସା ସମୟରେ ଷଡ଼ଯନ୍ତ୍ରକାରୀ ନରସଂହାର ଲାଗି ପୋଲିସ-ପ୍ରଶାସନକୁ ଦାୟୀ କରିବାକୁ ଉଦ୍ୟମ କରିଥିଲେ । ଦିଲ୍ଲୀ ପୋଲିସ ଅଭିଯୋଗ ପ୍ରତ୍ରରେ ଏହା ଦର୍ଶାଇଛି । ସୂଚନାଯୋଗ୍ୟ, ଗୁରିଲ୍ଲା ରଣନୀତି ଅନୁସାରେ ଲୁଚିକରି ଆକ୍ରମଣ କରାଯାଇଥାଏ । ଦିଲ୍ଲୀ ଅଦାଲତରେ ସେପ୍ଟେମ୍ବର ୧୬ରେ ଦାଖଲ ହୋଇଥିବା ଅଭିଯୋଗ ପତ୍ରରେ ପୋଲିସ ଅଭିଯୋଗ ଆଣିଛି ଯେ, ଦିଲ୍ଲୀ ପ୍ରୋଟେଷ୍ଟ ସପୋର୍ଟ ଗ୍ରୁପର କିଛି ସଦସ୍ୟ ଏଥିରେ ନିଜର ରାଜି ନହେବାରୁ ଷଡ଼ଯନ୍ତ୍ରକାରୀ ଚିନ୍ତିତ ହୋଇପଡ଼ିଥିଲେ । 

ନିଜର ଅଭିଯୋଗ ପତ୍ରରେ ଦାବି କରାଯାଇଛି ଯେ, ପ୍ରମୁଖ ଷଡ଼ଯନ୍ତ୍ରକାରୀ ତରଫରୁ କରାଯାଇଥିବା ହିଂସାରେ ଅସନ୍ତୁଷ୍ଟ ଓ ନିରାଶ ଡିପିଏସଜି ୱଟସ ସମୂହର କିଛି ସଦସ୍ୟ ଡିପିଏସଜି ସମୂହର ସଦସ୍ୟଙ୍କୁ ଧମକ ଦେଇଥିଲେ । ଅଭିଯୋଗ ପତ୍ରରେ ଦାବି କରାଯାଇଛି ଯେ, ଫେସବୁକ ପୋଷ୍ଟ ଓ ହ୍ୱାଟ୍‌ସଅପ ଆଲୋଚନା ସେହି ତଥ୍ୟକୁ ସ୍ଥାପିତ କରିଥାଏ ଯେ, ଜେଏନୟୁ ଛାତ୍ର ଶରଜୀଲ ଇମାମ ନିଜକୁ କେବେ ବି ବିରୋଧରୁ ଅଲଗା କରି ନଥିଲେ । 

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୪ ତାରିଖରେ ହୋଇଥିବା ପୂର୍ବ ଦିଲ୍ଲୀ ହିଂସା ଘଟଣାରେ ୫୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

 

  • Tags:

Subscribe

National International State Sports Entertainment